ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଆୟୋଜିତ ପରେଡ୍‌ରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଆୟୋଜିତ ପରେଡ୍‌ରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ । କେବଳ ଓଏସ୍‌ଏପି, ଓଡ୍ରାଫ୍‌ ଓ ବିଏସ୍‌ଏଫ ପରେଡ୍‌ରେ ସାମିଲ ହେବେ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ । ଅନ୍ୟ ପଟେ, ଯେଉଁ କଣ୍ଟିଜେଣ୍ଟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ଫ୍ଲାଗ୍‌ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

three × 4 =

error: Content is protected !!