ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ସଂଗ୍ରହ ଅଭିଯାନ

ଫୁଲବାଣୀ : ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗଉଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଏବିଭିପି ପକ୍ଷରୁ ଜିଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଗତ ଦିନରେ ଏନେଇ ଏକ ବୈଠକ ପରେ ଆଜି ଠାରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ଏବିଭିପିର କର୍ମକର୍ତ୍ତା ମାନେ । ଫୁଲବାଣୀ ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଓ ଚକାପାଦ ବ୍ଳକର ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବହୁ ଛାତ୍ରୀ ମାନଙ୍କ ଠାରୁ କର୍ମକର୍ତ୍ତା ମାନେ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରୁ ଏହି ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ ପରେ ଯବାନ ମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି କୁହାଯାଇଛି । ଏବିଭିପିର ଏଭଳି ଅଭିଯାନରେ ବହୁ ଛାତ୍ରୀ ମାନେ ସାମିଲ୍‌ ହୋଇ ସୀମାରେ ଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଓ ଶୁଭେଚ୍ଛା ଚିଠି ପ୍ରେରଣ କରୁଥିବାର ଦେଖାଯାଇଛି ।

Leave A Reply

Your email address will not be published.

10 − three =