କରାପଲ୍ଲି ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଗୋପାଳପୁର : କରାପଲ୍ଲି ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଶିବିରକୁ କରାପଲ୍ଲି ପଞ୍ଚାୟତ ସରପଞ୍ଚ ଏସ ମେନେକା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ନିଜେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ଏସ ଧର୍ମରାଜ୍ ରେଡ୍ଡୀ, କେ ମୋହନ ରେଡ୍ଡୀ, ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଶତପଥୀ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଭିବାବକମାନେ ରକ୍ତଦାନ କରିଥିଲେ । ଏହି ଅବସରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲ ।

Leave A Reply

Your email address will not be published.

three × 5 =

error: Content is protected !!