pakka

ଜେଲରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ସବ୍‌ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧିନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ସୋହେଲା ସବ୍‌ଜେଲରେ ଥିଲେ । ଗତକାଲି ଭୋର୍‌ରେ ସେ ଜେଲ ପାଇଖାନା ଭିତରକୁ ଯାଇଥିଲେ । ସେଠାରେ ସେ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୋହେଲା ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି । ତେବେ ମୃତକ ଜଣକ ହାତ ପାପୁଲିରେ ଲଭ ୟୁ ମଞ୍ଜୁ ଲେଖିଥିବା ଦେଖିବାକୁ ମିଳିଛି । ହେଲେ ମଞ୍ଜୁ ତାଙ୍କ ସ୍ତ୍ରୀଙ୍କ ନାଁ ବୋଲି ପୋଲିସର ସାଧାରଣ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.

twenty + seven =