pakka

ମଇ ୧୮ରେ ବଲାଙ୍ଗିର ଠାରେ ମିନି ନିଯୁକ୍ତି ମେଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମଇ ମାସ ୧୮ ତାରିଖରେ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ପରିସରରେ ଏକ ମିନି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ବୟନ ଶିଳ୍ପ ସଂସ୍ଥା, ସୁରକ୍ଷା ସଂସ୍ଥା, ହୋଟେଲ ସଂସ୍ଥା, ନିର୍ମାଣ ସଂସ୍ଥା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଆଦି ରୋଜଗାର ଯୋଗାଣ ସଂସ୍ଥା ମାନେ ଯୋଗ ଦେଇ ଯୋଗ୍ୟ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଓଡ଼ିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିବା ତାଲିମ ପ୍ରଦାନକାରୀ ସଂସ୍ଥା ମାନେ ମଧ୍ୟ ଏହି ମିନି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବେ । ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ଏବଂ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍‌ରୁ ଅଧିକ ହୋଇଥିବା ଆବଶ୍ୟକ । ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ଓ ବୟସର ପ୍ରାର୍ଥୀ, ପ୍ରାର୍ଥିନୀ ମାନେ ସମସ୍ତ ପ୍ରମାଣପତ୍ର ସହ ଉପସ୍ଥିତ ରହି ଏହି ମିନି ନିଯୁକ୍ତି ମେଳାର ସୁଯୋଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା ନିୟୋଜନ ଅଧିକାରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

12 + 16 =