ମନୁପାଲିରେ ଯୁବକଙ୍କ ସନ୍ଦେହ ଜନକ ଆତ୍ମହତ୍ୟା      

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭର୍‌ସୂଜା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମନୁପ।ଲି ଗ୍ରାମ ନିକଟସ୍ଥ ଖେଳ ପଡିଆର ସ୍ପୋର୍ଟସ ଚେଞ୍ଜିଂ ରୁମ୍‌ରେ ଜଣେ ଯୁବକଙ୍କ ମୃତଦେହ ଫେନ୍ କ୍ଲାଂପରେ ଲାଗିଥିବା ଦଉଡ଼ିରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହା ଆତ୍ମହତ୍ୟା ନା’ ହତ୍ୟାକାଣ୍ଡ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଂଦେହ ଦେଖାଦେଇଛି । ଏହାର ଅସଲ୍‌ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଅନିତା ନାଏକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଉକ୍ତ ଯୁବକଙ୍କ ନାମ ହେଉଛି ଭଉଳା ରାମ, ପିତା ରାମ । ରାମ ବୋଲି ସୂଚନା ମିଳିଛି । ତେବେ ସେ ରାଜସ୍ଥାନର ବୋଲି କୁହାଯାଉଛି । ସେ ମନୁପ।ଲି ଗ୍ରାମ ନିକଟ ଅଙ୍ଗନଦୀ ଆଡ଼ିବନ୍ଧ ଯୋଜନାରେ କାର୍ଯ୍ୟକରିବା ପାଇଁ ଆସିଥିଲେ । ଏହି ଯୁବକ ଜଣକ କେଂପ୍‌ରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁସାରେ ଏହି କ୍ୟାମ୍ପରେ ୩ ଜଣ ରହୁଥିଲେ । ଗତ ରାତିରେ ଏହି ଯୁବକ ଜଣକ କୌଣସି କାରଣବଶତଃ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା ଅନ୍ୟ ଦୁଇ ଜଣ ବନ୍ଧୁ ତାଙ୍କୁ ହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । ଆଜି ଅନ୍ୟ ଦୁଇଜଣ ଫେରାର ଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ଗ୍ରାମର ଛୋଟ ବାଳକମାନେ ଖେଳ ପଡିଆକୁ ଖେଳି ଯାଇଥିବା ବେଳେ ଉକ୍ତ ମୃତ ଯୁବକକୁ ଝୁଲୁଥିବା ଦେଖି ଗ୍ରାମଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଗ୍ରାମ ଲୋକେ ଆଗଲପୁର ଥାନା ଅଧିକାରୀ ଅନୀତା ନାୟକଙ୍କୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.