csstore

ତେଲ ନଦୀ ଘାଟରେ ବାଲି ଟ୍ରାକ୍ଟର ଅଟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତେଲ ନଦୀ ଘାଟରେ ସକାଳୁ ସକାଳୁ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକ ଅଟକ ରଖାଯାଇଥିବା ସୂଚନା ମିଳିଛି । ପରେ ପରେ ମାଇନିଙ୍ଗ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୀର୍ଘଦିନ ହେବ ଏହି ବାଲି ଚୋରା ଚାଲାଣ ଚାଲିଥିବା ବେଳେ କୁଆଡେ ମୋଟା ଅଙ୍କର ଡିଲ ହୋଇ ମାଇନିଙ୍ଗ ଅଧିକାରୀଙ୍କ ଜାଣତରେ ଭୋର ସକାଳୁ ନଅଟା ପର୍ଯ୍ୟନ୍ତ ଚାଲେ ବାଲି ଚୋରା ଚାଲାଣ । ନଦୀ ଗର୍ଭରୁ ବାଲି ସରି ଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ବାଲି ଚୋରା ଚାଲାଣ ପାଇଁ ପ୍ରତ୍ୟେକ ଟ୍ରାକ୍ଟର ମାସିକ ମୋଟା ଅଙ୍କ ଜଣେ ଦଲାଲକୁ ଦେବା ପରେ ସେ ପ୍ରଶାସନିକ ସ୍ତରରେ ଡ଼ିଲ କରୁଥିବା ସୂଚନା ମିଳିଛି । ବିଳମ୍ବ ହେଲେ ବି ଖୋଦ୍ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକଙ୍କ ଅଚାନକ ବାଲି ଗାଡ଼ି ଅଟକ ରଖିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଚୋରା ବାଲି କାରବାର ଡିଲ୍ କରୁଥିବା ବ୍ୟକ୍ତି ଜଣକୁ ପୋଲିସ୍ ଖୋଜି ବାହର କରିବ କି ବୋଲି ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

jayashree
Leave A Reply

Your email address will not be published.