csstore

ବିବାହିତ ମହିଳାଙ୍କ ନିଖୋଜ ଖବର ପାଇବା ପରେ ଖୋଜିବାକୁ ଯାଇ ଆଖୁ ବାଡ଼ିରେ ମୃତ ଶବ ପାଇଲେ ଭାଇ : ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷରା ଥାନା ଅଧିନସ୍ଥ ଟେବଡ଼ାମୁଣ୍ଡା ଗାଁରେ ଗତ ୭ତାରିଖ ରାତିରେ ଜଣେ ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ଦେଓଗାଁ ଥାନା ଅଧୀନସ୍ଥ ଥିବା ନାଇକେନଶିରା ଗାଁର ତାଙ୍କ ଭାଇ ଗୋପାଲ ବଗର୍ତ୍ତି ୨୪ ତାରିଖ ବୁଧବାର ଦିନ ତୁଷରା ଥାନାରେ ଭଉଣୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ନାଇକେନଶିରା ଗାଁର ଗୋପାଲ ବଗର୍ତ୍ତି ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ୭ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଟେବଡ଼ାମୁଣ୍ଡା ଗାଁର ଶ୍ରୀକର କାଲସାଏ ଓ ଗିରିଧାରୀ କାଲସାଏ ଭଉଣୀର ନିଖୋଜ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଆର ଦିନ ସକାଳରୁ ଯାଇ ଖୋଜା ଖୋଜି କରିବା ପରେ ଶ୍ରୀକର କାଲସାଏଙ୍କ ଆଖୁ ବାଡ଼ିରେ ମୃତଦେହ ପଡ଼ିଥିଲା । ଭଉଣୀର ମୃତ୍ୟୁ ସ୍ୱଭାବିକ ହୋଇନାହିଁ ବୋଲି କହିଛନ୍ତି । ସେହିଦିନ ମୃତଦେହ ପଡ଼ିଥିବା ସ୍ଥାନରେ ଶରୀରରେ କିଛି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା । ତେଣୁ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁ‌ଷ୍ଠାନ କରିବାକୁ ତୁଷରା ଥାନା ଗୋପାଳ ବଗର୍ତ୍ତି ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.