ଉପ ନିୟୋଜନ ଅଧିକାରୀ ନିଯୁକ୍ତ ଦାବୀରେ ସାଂସଦ ପ୍ରତିନିଧିଙ୍କ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ହେଲା ପଦ୍ମପୁରରେ ଉପନିୟୋଜନ କାର୍ଯ୍ୟାଳୟରେ ଉପନିୟୋଜନ ଅଧିକାରୀ ଏବଂ କିରାଣୀ ପଦ ଖାଲି ପଡ଼ିଛି, କେବଳ ଗୋଟିଏ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଦ୍ୱାରା କାର୍ଯ୍ୟାଳୟ ଚାଲିଛି । ସେ ବି ସବୁଦିନ କାର୍ୟ୍ୟାଳୟ ଖୋଲୁ ନାହାନ୍ତି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଶିକ୍ଷିତ ଅନିଯୁକ୍ତ ଯୁବକ ଯୁବତୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାର୍ଯ୍ରାଳୟରେ ନବୀକରଣ ମଧ୍ୟ ହେଇପାରୁନି । ନୂତନ ରେଜିଷ୍ଟ୍ରେସନ କିମ୍ବା ନବୀକରଣ ସବୁଥି ପାଇଁ ଜିଲ୍ଲା ସଦରମହକୁମା ବରଗଡ଼କୁ ଯିବାକୁ ପଡ଼ୁଛି । ଏହା ଦ୍ୱାରା ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଏବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ମଧ୍ୟ ବନ୍ଦ ଥିବାରୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୁବକ ଯୁବତୀମାନେ ଉପାନ୍ତ ଅଞ୍ଚଳ ଝାରବନ୍ଧ, ଡଭା, ଜଗଦଲପୁର, ମାଣ୍ଡୋସିଲରୁ ଜିଲ୍ଲା ସଦରମହକୁମା ପାଖାପାଖି ୧୫୦ କିଲୋମିଟର ହେଇଥିବାରୁ ସେମାନେ ଆହୁରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମସ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଆଜି ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ମହୋଦୟ ତ୍ରିଲୋଚନ ପାତ୍ର ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.

fourteen − 9 =