pakka

ପୁଟାପଡା ମାନ୍ଦଳା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ପିଇବାକୁ ନାହିଁ ପାଣି : ସାଧାରଣରେ ଅସନ୍ତୋଷ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନ୍ଦଳା ଗାଁର ପୁଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପିଇବା ପାଣିର ସମସ୍ୟାକୁ ନେଇ ସାଧାରଣରେ ଅଭିଯୋଗ ହେଉଛି । ଏନେଇ ପ୍ରଧାନ ଶିକ୍ଷକ ଅକୃର ପୁଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ ମିନତୀ ମହାରଣା ତୁରେକେଲା ବ୍ଲକ ଏବଂ ଗ୍ରିଭେନ୍‌ସରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ । ଏ ବିଷୟରେ ପୁନର୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରାଙ୍କୁ ଅଭିଯୋଗ ଜଣାଇଥିବାରୁ ଆର୍‌ଡବ୍ଲୁଏସ୍‌ଏସ୍ ଜେଇ ଶ୍ରୀମତୀ ମହାରଣାଙ୍କୁ ସେହି ସ୍କୁଲରେ ଏକ ଟିୱେଲ ଯୋଗାଇ ଦିଆଯିବାର ସୁବିଧା କରିବାକୁ କହିଥିଲେ । ଏନେଇ ଆର୍‌ଡବ୍ଲୁଏସ୍‌ଏସ୍ ଜେଇ ଆମ୍ଭେ ପୁଟାପଡା ସ୍କୁଲକୁ ଇନ୍‌କ୍ୟାୁରୀ କରି ଜିଲ୍ଲାପାଳଙ୍କ ଅନୁମତି ମିଳିଲେ ଟିୱଲ ଯୋଗାଇ ପାରିବୁ ବୋଲି କହିଥିଲେ । ଏହି ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ଆଜିକୁ ପ୍ରାୟ ଏଗାର ବର୍ଷ ହେବ ସ୍କୁଲ ତିଆରି ହେଇଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍କୁଲରୁ ପ୍ରାୟ ଦୁଇ କିଲୋମିଟର ଦୂର ଗାଁ ଭିତରକୁ ଯାଇ ରାନ୍ଧୁଣି ପାଣି ଆଣୁଥିବା ପ୍ରଧାନ ଶିକ୍ଷକ ଓ ରାନ୍ଧୁଣି ମାନଙ୍କ ସହିତ ଛାତ୍ରମାନେ ଅଭିଯୋଗ ଜଣାଇଥିବା ଜଣାପଡିଛି । ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଗୋଚର କରାଯାଉ ବୋଲି ଅଭିଯୋଗ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

12 + six =