csstore

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ସକାଳ ୭ଟା ବେଳକୁ ପରଧିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଇଦିପାଲି କ୍ଲଷ୍ଟର ବଲାଙ୍ଗିର ଠାରେ, ପ୍ରଧାନ ଶିକ୍ଷକ ବିରେନ୍ଦ୍ର ପାଣିଗ୍ରାହୀଙ୍କ ଅନୁରୋଧ କ୍ରମେ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଦ୍ୟାଳୟଠାରେ ପତଞ୍ଜଳି ଯୋଗ ପ୍ରାଣାୟାମ ସହ ଅନେଗୁଡ଼ିଏ ଆସନ, ବ୍ୟାୟାମ ରୋଗ ଅନୁଯାୟୀ ଯୋଗ ଉପରେ ବିରଞ୍ଚି ନାରାୟଣ ଗହୀର ମତ ପ୍ରକାଶ କରି, ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିୟମିତ ଯୋଗ କରିବା ଦ୍ୱାରା ମଣିଷ ନିରୋଗ ରହେ ମାନସିକ ଶାନ୍ତି ମୈତ୍ରୀ ଓ ବୁଦ୍ଧିର ବିକାଶ ହୁଏ ବୋଲି ମତପ୍ରକାଶ କରିଥିଲେ । ତାଙ୍କ ଦଳର ଲକ୍ଷ୍ମଣ ମିଶ୍ର, କାମେଶ୍ୱର ମହାଳିକ ଓ ସହଦେଵ ଧରୁଆ ସହଯୋଗ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ଥପା ଓ ଖାଁ ସାର୍ ଉକ୍ତ କାର୍ଯ୍ୟରେ ସମସ୍ତ ବ୍ୟବସ୍ଥା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.