pakka

ଜରାସିଂହା ପାଟଖଣ୍ଡା ଯାତ୍ରା, ଖଣ୍ଡାଧୁଆ ପରେ ଷୋଳପୂଜା ଆରମ୍ଭ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାର ଖଣ୍ଡାଧୁଆ ପରେ ଷୋଳପୂଜା ଶନିବାର ଆରମ୍ଭ ହୋଇଯାଇଛି । ସନ୍ଧ୍ୟାରେ ପାଟଖଣ୍ଡା ମନ୍ଦିରରେ ଜମିଦାରଙ୍କ ସହ ମୁଖ୍ୟ ବରୁଆଙ୍କୁ ବାଦ୍ ଦେଇ ସମସ୍ତ ଦେହେରୀ ରୁଣ୍ଡ ହୋଇଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ଗାଁର ଇଷ୍ଟଦେବୀ ମା’ ବୁଢ଼ୀଆଈ ମନ୍ଦିରକୁ ଯାଇଥିଲେ । ବୁଢ଼ୀଆଈ ମନ୍ଦିରର ମୁଖ୍ୟ ପୂଜକ ଉଜ୍ଜଳ ଝାଙ୍କର ପୂଜାର୍ଚ୍ଚନା ପରେ ସମସ୍ତ ଦେହେରୀ ଫେରିଥିଲେ । ପରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ବରୁଆ ସନ୍ତୋଷ ଥନାପତିଙ୍କ ଘରକୁ ଯାଇ ତାଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ପାଟଖଣ୍ଡା ମନ୍ଦିରରେ ଖଣ୍ଡାକୁ ଧୋଇବା ପରେ ମୁଖ୍ୟ ବରୁଆଙ୍କ ଦେହରେ ପାଟଖଣ୍ଡା ଦେବୀ ଆବିର୍ଭାବ ହୋଇଥିଲେ । ଆସନ୍ତା ବିଜୟା ଦଶମୀ ତିଥିରୁ ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି । ଶନିବାର ପୂଜାରେ ସମସ୍ତ ଦେହେରୀ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

sixteen − 10 =