pakka

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

bbehera

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ୫୩ ନଂ ଜାତୀୟ ରାଜପଥର ବଡଝରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଉଦୟଗିରି ଗ୍ରାମର ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡ଼ିଛି । ସୂଚନେ ଅନୁସାରେ, ରଞ୍ଜନ ବଡଝରା ଗ୍ରାମର ଫାଲଗୁନି ସାହୁଙ୍କ ବଗିଚାରେ ଗତ କିଛି ବର୍ଷ ଧରି କାମକରି ଆସୁଥିଲେ । ରଞ୍ଜନ ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ସମୟରେ ଏକ ଗାଡି ଧକ୍କାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପରଜଙ୍ଗ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.

two × 2 =