କୋରନାର ଦୁଇ ବର୍ଷ ମଧ୍ୟରେ ହିତାଧିକାରୀଙ୍କ ଆପତ୍ତି, ଅଭିଯୋଗ ଅସମ୍ପୂର୍ଣ୍ଣ ହୋଇ ରହିଗଲା

  • ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ ସହ କ୍ଷୋଭ ପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଉନ୍ନୟନ ସମ୍ପର୍କିତ ବୈଠକ ବସିଥିଲା, ଯାହାକି ପୁରୁଣା କମିଟିର ଶେଷ ବୈଠକ । କୋରନା କାଳରେ ଲୋକଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ ହୋଇପାରିଲା ନାହିଁ । ଅନେକ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଥିଲେ, କିନ୍ତୁ ତାହାର କୌଣସି ଆଶୁ ପ୍ରତିକାର ହେଲା ନାହିଁ । ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିନଥିବା ହେତୁ ବିଭିନ୍ନ ଗ୍ରାମର ହିତାଧିକାରୀମାନେ ପଞ୍ଚାୟତ ପ୍ରତିନିଧିଙ୍କଠାରେ ଅଭିଯୋଗ କରିଥିଲେ । ଏନେଇ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ବହୁନିନ୍ଦାର ପାତ୍ର ହୋଇ ଆସିଛନ୍ତି । ଏହା ବ୍ୟତୀତ ଆବାସ ଯୋଜନାରେ ବହୁ ହିତାଧିକାରୀଙ୍କୁ ଆଶାବ୍ୟକ୍ତ କରାଯାଇଥିଲା । ଆଶାୟୀ ହିତାଧିକାରୀମାନେ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଆପୋଡା ହୋଇ ରହିଗଲେ, ଲୋକଙ୍କ ସମସ୍ତ କାର୍ଯ୍ୟସ୍ତବ୍ଧ ହୋଇରହିଗଲା । ଫସଲବୀମା ଯୋଜନା କାର୍ଯ୍ୟକାରୀ ନ ହେବା ରାସନ କାର୍ଡଧାରୀ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଅବିବାହିତ ତରୁଣୀ ଭତ୍ତା ଆଦି ଅନେକ ଲୋକଙ୍କୁ ପ୍ରତିମାସ ୧୫ ତାରିଖ ମଧ୍ୟରେ ଜମାଖାତାକୁ ସଠିକ୍‌ ଭାବେ ପ୍ରାପ୍ୟ ପଇସା ନ ଆସିବା ଆଦି ସମସ୍ୟା ଉପରେ ବ୍ଳକ୍ ପ୍ରଶାସନ ଆଗରେ ନେତ୍ତୃବର୍ଗ ବର୍ଷିଥିଲେ । ସମିତିର ବୈଠକରେ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଏଭଳି ଅନେକ ପ୍ରଶ୍ନବାଣକୁ ବିଚାରବିମର୍ଷ ଭଳି ଆବାକ୍ ହୋଇ ଚାହିଁ ରହିଥିଲେ । ସମିତି ସଭ୍ୟସଭ୍ୟାଙ୍କ ସମସ୍ତ ପ୍ରଶ୍ନକୁ ବିଚାର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା ଏମ୍.ଆଇ.ଜୟରାମ ଲେଙ୍କା, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକଙ୍କୁ କୈଫୟତ ମାଗିଥିଲେ । ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା । ଦୁଇ ବର୍ଷ ମଧ୍ୟରେ କୌଣସି ଲୋକଙ୍କର ଆପତ୍ତି ଅଭିଯୋଗର ସମସ୍ୟା ସମାଧାନ ହୋଇନଥିବା ନେଇ ସମିତି ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଫଳରେ ପିଆର୍‌-ମେମ୍ବରଙ୍କ ସହ ଲୋକଙ୍କ ମଧ୍ୟରେ ଅସ୍ଥା-ବିଶ୍ୱାସ ରହିଲା ନାହିଁ ବୋଲି ବିଡ଼ିଓଙ୍କ ଠାରେ ସମିତି ସଭ୍ୟମାନେ କ୍ଷୋଭର ସହ ବ୍ୟକ୍ତ କରିଥିଲେ । ଛତ୍ରପୁର ବ୍ଳକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ । କିଛିକିଛି ଛୋଟ ଧରଣର ନୂତନ ପ୍ରକଳ୍ପ ଥିଲେ, ଆବଶ୍ୟକ ମୁତାବକତାକୁ ଦୃଷ୍ଟିରେ ରଖି ସମ୍ପନ୍ନ କରିବାକୁ ଅନୁରୋଧ କରିଛନ୍ତି । କ୍ଷୁଦ୍ର, ମଧ୍ୟମ, ବୃହତ ଜଳସେଚନର ଆଡ଼ିବନ୍ଧ, କେନାଲ, ନିର୍ମାଣ ଆଦି ସମ୍ପନ୍ନ କରିବାକୁ ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ ମତପ୍ରକାଶ କରାଯାଇଛି । ବ୍ଳକ୍ ନିର୍ବାହୀ ଅଧିକାରୀ ଦିଗାମ୍ବର ନାୟକ ଶେଷରେ ଧନ୍ୟବାଦ ଜଣାଇଥିବା ବେଳେ ସୁନ୍ଦରପୁର ସମିତି ସଭ୍ୟା ସୁକାନ୍ତି ବେହେରା ବୈଠକରେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.

2 × three =