ପେଟ୍ରାଲ ପମ୍ପରେ ଡିଜେଲ ଅପମିଶ୍ରଣ ଅଭିଯୋଗ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡିଜେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ପେଟ୍ରୋଲ ପମ୍ପର ତେଲର ମାନ ପରୀକ୍ଷଣ ଓ ମାପ ଯାଂଚ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବରଗଡ-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଲୋଇସିଂହାରେ ଥିବା ପେଟ୍ରୋଲ ପମ୍ପରେ ବଲାଙ୍ଗିର କଲେଜ ଛକର ଜଣେ ତାଙ୍କ ଚାରିଚକିଆ ଗାଡିରେ ଡିଜେଲ ଭରିଥିଲେ । କିନ୍ତୁ କିଛିବାଟ ଗଲା ପରେ ଗାଡି ହଠାତ୍‌ ବନ୍ଦ ହୋଇଯାଇଥିଲା । ଫଳରେ ଅନୁଧ୍ୟାନ ପରେ ଅପମିଶ୍ରଣ ଡିଜେଲ ଯୋଗୁଁ ଷ୍ଟାର୍ଟ ବନ୍ଦ ହୋଇଥିବା ଜଣାପଡିଥିଲା । ଏ ସଂପର୍କରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କ୍ରମେ ଯୋଗାଣ ବିଭାଗକୁ ତେଲର ମାନ ପରୀକ୍ଷା ଓ ମାନ ଯାଂଚ କରିବା ପାଇଁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ସୂଚନା ଥାଉ କି, ପୂର୍ବରୁ ମଧ୍ୟ ତେଲରେ ଅପମିଶ୍ରଣ ଓ ମାପରେ ଠକେଇ ହେଉଥିବା ଅଭିଯୋଗ ରହିଛି । ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ପୋଲିସ ଓ ବିଭାଗୀୟ ଅଧିକାରୀ ଧ୍ୟାନ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.