oom

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsmm

ଲୋଇସିଂହା, (ଶ୍ୟାମସୁ‌ନ୍ଦର ମେହେର) : ଲୋଇସିଂହା ବ୍ଲକ କୁଶମେଲ କ୍ଲଷ୍ଟର ଅନ୍ତର୍ଗତ ତଲିଉଡାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ନାଏକ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଙ୍ଗାଧର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କୁଶମେଲ କ୍ଲଷ୍ଟର ସିଆରସିସି ସୁଦାମ ଚରଣ ପ୍ରଧାନ ମୂଖ୍ୟଅତିଥି, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଏକାଦଶିଆ ବିଶ୍ୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟୀ ସଭୟ ଜୟଦେବ ବାରିକ, ନାରାୟଣ ଦାସ, କୃଷ୍ଣଚନ୍ଦ୍ର ପଧାନ, ଶୁଲେକ ବାଗ, ରଘୁନାଥ ସାହୁ, ମାଳତୀ କଠାର, ପ୍ରମିଳା ସାହୁ, ଶ୍ରୀୟା ମେହେର, ଅରୁପା ନାଗ, ଶୋଭାଗିନୀ ଛତ୍ରିଆ, ସନ୍ତୋଷିନୀ ସେଠ, ମୁକ୍ତା ଉଦୁରକୁଲିଆ, ସାବିତ୍ରୀ ବାରଲେଣ୍ଡଆ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଉପସ୍ଥିତ ଥିଲେ । ଶେଷରେ ସଭ୍ୟ ଯୁଗେଶ୍ୱର ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.