ଡିସେମ୍ବରରୁ ସିଙ୍ଗାପୁରରେ ଖୋଲିବ ରାତ୍ରୀକାଳୀନ ପ୍ରତିଷ୍ଠାନ

ସିଙ୍ଗାପୁର : ସିଙ୍ଗାପୁରରେ ସୀମିତ ସଂଖ୍ୟକ ରାତି-ପ୍ରତିଷ୍ଠାନ ଡିସେମ୍ବରରୁ ଦୁଇମାସ ପାଇଁ ଖୋଲିବାକୁ ଅନୁମତି ଦିଆଯିବ । ଏହି ଅବଧି ମଧ୍ୟରେ କୋଭିଡ -୧୯ର ସୁରକ୍ଷା ନିୟମ ପାଳନ କରାଯିବ । ଶିଳ୍ପ ଓ ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି । କରୋନା ଭାଇରସ୍‌ ବିସ୍ତାର ହେତୁ ଏହି ପ୍ରତିଷ୍ଠାନଗୁଡିକ ନଅ ମାସ ପର୍ୟ୍ୟନ୍ତ ବନ୍ଦ ରହିଥିଲା । ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ପବ୍ ଏବଂ ବାର୍ ଦୁଇ ମାସ ପାଇଁ ଖୋଲାଯିବ । ଏଥିରେ ଅପରେଟରମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସହିତ ବ୍ୟବସାୟ କରିବାକୁ ଅନୁମତି ଦିଆଯିବ । ମନ୍ତ୍ରଣାଳୟ କହିଛି ଯେ, ପ୍ରତିଷ୍ଠାନର ଅପରେଟରମାନେ ନିଶ୍ଚିତ କରିବେ ଯେ ଗ୍ରାହକମାନେ ଖାଇବା ପିଇବା ସମୟ ଛଡ଼ା ଅନ୍ୟ ସମୟରେ ମାସ୍କ ପିନ୍ଧବେ । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସିଙ୍ଗାପୁରରେ ୫୮,୦୫୪ ଜଣ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି ଏବଂ ମହାମାରୀ ହେତୁ ୨୮ ରୋଗୀଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.