୪ ବର୍ଷରୁ କମ୍ ସମୟରେ ୨୦ ହଜାରରୁ ଅଧିକ ମିଛ କହିଥିଲେ ଡୋନାଲ୍ଡ ଟ୍ରମ୍ପ : ଫ୍ୟାକ୍ଟ ଚେକିଂ ୱେବସାଇଟ୍ ପଲିଟିଫାକ୍ଟ

ୱାଶିଂଟନ୍‌ : ଡେ଼ାନାଲ୍ଡ ଟ୍ରମ୍ପ ତାଙ୍କର ଚାରି ବର୍ଷର ରାଷ୍ଟ୍ରପତି ଶାସନ କାଳରେ ୨୦,୦୦୦ ରୁ ଅଧିକ ମିଛ କହିଛନ୍ତି । ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ପଲିଟିଫାକ୍ଟ ଅନୁଯାୟୀ, ୨୦୧୬ ପରଠାରୁ ଟ୍ରମ୍ପଙ୍କ ଅଧାରୁ ଅଧିକ ବିବୃତ୍ତି ମିଥ୍ୟା ଅଟେ । ୱାଶିଂଟନ୍ ପୋଷ୍ଟର ଡାଟାବେସ୍ ଅନୁଯାୟୀ, ସେ ଦାୟିତ୍ୱ ଗ୍ରହଣ କରିବାର ଦିନକ ମଧ୍ୟରେ ସେ ଅନେକ ମିଥ୍ୟା ବିବୃତ୍ତି ଦେଇଛନ୍ତି ।

ଟ୍ରମ୍ପ ତାଙ୍କର ଚାରି ବର୍ଷର କାର୍ୟ୍ୟକାଳରେ ଅତି କମରେ ୪୦୭ ଥର ​​ଦାବୀ କରିଛନ୍ତି ଯେ, ସେ ଆମେରିକାରେ ଶକ୍ତିଶାଳୀ ଅର୍ଥନୀତି ଗଠନ କରିଛନ୍ତି । ପ୍ରକୃତ କଥା ହେଉଛି ଯେ, ଟ୍ରମ୍ପଙ୍କ ଅର୍ଥନୀତି ଠାରୁ ଆଇଜେନହାୱାର, ଲିଣ୍ଡନ ବି ଜନସନ ଏବଂ ବିଲ କ୍ଲିଣ୍ଟନଙ୍କ ଶକ୍ତିଶାଳୀ ଅର୍ଥନୀତି ରହିଥିଲେ ।

Leave A Reply

Your email address will not be published.