ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ବରକାନି ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧, ୨, ୯, ୧୦ ଓ ୧୫ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଗୋଇମୁଣ୍ଡା ଗ୍ରା.ପ.ରୁ ୨ ଏବଂ ଗନ୍ଧର୍ଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ କାନୁଟ୍‌ ଗ୍ରା.ପ.ରୁ ୧ ଏବଂ ଧୁମାଭଟା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ସାଲେପାଲି ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଳକ୍‌ ଘୁନା, ନୂଆପଡ଼ା ଓ ବଡ଼ଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ରୁଷୁଡ଼ା ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଖପ୍ରାଖୋଲ ବ୍ଲକ୍‌ ଟଙ୍କପାଣି, ତେଲେନପାଲି ଓ ଲାଠୋର ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ବାନିପାଲି ଗ୍ରା.ପ.ରୁ ୨, ମୁରିବାହାଳ ବ୍ଳକ୍‌ ଲେବଡ଼ା, ଗୁଡ଼ିଘାଟ, ହଲଦି, ବନକେଲା ଓ ମୁରିବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୪ରୁ ୧ ଓ ୫ରୁ ୨, ପୁଇଁନ୍ତଲା ବ୍ଳକ ପଥର୍ଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ ନାରେନ, ଅଦାବାହାଳ ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲି ୱାର୍ଡ ନଂ.୬ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ହଲନଭଟା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.