jsm

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

csstore

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କ. ନୂଆଁଗା ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବୁଥ୍ ସ୍ତରରେ କିଭଳି ଭାବରେ ଯୁବକମାନଙ୍କୁ ଅଧିକରୁ ଅଧିକ ଭାରତୀୟ ଜନତା ପାର୍ଟି ସହ ଯୋଡ଼ାଯାଇ ପାରିବ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଲାଭ ଦିଆଯାଇପାରିବ ସେ ଉପରେ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀମାନଙ୍କୁ ବୁଝାଇଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର କିଭଳି ଭାବରେ ବିଭିନ୍ନ ମଣ୍ଡଳ ସ୍ତରର କମିଟିକୁ ସୁଦୃଢ କରିବା ସ୍ଥାନୀୟ ସମସ୍ୟାର ସମାଧାନ କ୍ଷେତ୍ରରେ ଲଢେଇ କରାହେବ ସେ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଗୌତମ ମଲିକ, ଅନ୍ୟତମ ସମ୍ପାଦକ ସନ୍ତୋଷ ରେଡ୍ଡି, ଜିଲ୍ଲା ସଂଯୋଜକ ଜଗନ୍ନାଥ ସାହୁ (ଟିକୁ), ମଣ୍ଡଳ ସଭାପତି ଅନାଇ ମୁଖି, ଫୁଲବାଣୀ ଗ୍ରାମୀଣ ସଭାପତି ଲଚନ ମଲିକ, ବାଲିଗୁଡା ନଗର ସଭାପତି ସୁବାଶିଷ ମିଶ୍ର, ଯୁବନେତା ଗୋଲକ ମଲିକଙ୍କ ସହ ସ୍ଥାନୀୟ ତଥା ବରିଷ୍ଠ ନେତା ମଣ୍ଡଳ ସଭାପତି ଲେମ୍ବୁରା ପ୍ରଧାନ, ଏସ.ଟି. ମୋର୍ଚ୍ଚା ଜିଲ୍ଲା ସଭାପତି ବିସିକେଶନ ପ୍ରଧାନ, ଗୋପୀନାଥ ଦଳବେହେରା ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.