om academy

ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ

jsm

ନୂଆଦିଲ୍ଲୀ : ଆଜି ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ସମୀକ୍ଷା କରିବେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ଏବଂ ବିଭିନ୍ନ ସରକାରୀ ଯୋଜନା ରୂପାୟନରେ ସେମାନଙ୍କର ଭୂମିକାକୁ ସମୀକ୍ଷା କରିବେ । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ପ୍ରଭାବିତ ଘରୋଇ ବଜାରର ଅର୍ଥବ୍ୟବସ୍ଥାକୁ ସୁଧାର ପଥକୁ ଆଣିବା ଲାଗି ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡିକୁ ଅର୍ଥମନ୍ତ୍ରୀ କହିପାରନ୍ତି ।

ଗତ ସପ୍ତାହରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ୱିକ୍‌ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି ଅବସରରେ ବ୍ୟାଙ୍କଗୁଡିକ ପକ୍ଷରୁ ଋଣ ମେଳା ମଧ୍ୟ ଆୟୋଜନ କରାଯାଇଥିଲା । ଯୋଗ୍ୟ ହିତାଧିକାରୀମାନେ ଏହି ଅବସରରେ ଋଣ ଲାଭ କରିଥିଲେ । ତେବେ ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକର ଋଣ ଅଭିବୃଦ୍ଧି, ଆସେଟ କ୍ୱାଲିଟି, ବାଣିଜ୍ୟ ଅଭିବୃଦ୍ଧି ଯୋଜନା ଭଳି ଅନ୍ୟ କିଛି ପ୍ରମୁଖ ଦିଗ ଉପରେ ବୈଠକରେ ଆଲୋଚନା ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ।

ଏହା ପରେ ଅନାଦାୟ ଋଣ ଏବଂ ଏହାର ଅସୁଲି କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । କିଷାନ କ୍ରେଡିଟ କାର୍ଡ, ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲ୍‌ଜିଏସ୍‌) ଭଳି ଯୋଜନାଗୁଡିକର ବିସ୍ତୃତ ସମୀକ୍ଷା ହେବ ।

Leave A Reply

Your email address will not be published.

seventeen − 5 =