pakka

ଥୁଆପାଲି ଠାରେ ଗରିବ ବ୍ରାହ୍ମଣ ପିଲା ମାନ‌ଙ୍କ ବ୍ରତୋପନୟନ ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ଥୁଆପାଲି ଠାରେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ଏକ ମହାଦେବ ମନ୍ଦିର ନିର୍ମାଣ କରିଥିଲେ । ଯେଉଁ ଗରିବ ବ୍ରାହ୍ମଣ ପିଲାମାନେ ବ୍ରତୋପନୟନ ହୋଇପାରୁ ନଥିଲେ, ସେହି ପରିବାରର ବ୍ରାହ୍ମଣ ପିଲା ମାନଙ୍କ ପାଇଁ ମହାଶିବରାତ୍ରି ଦିନ ମାଗଣାରେ ସାମୁହିକ ବ୍ରତୋପନୟନ ୧୯୯୭ରୁ ଆରଂଭ କରିଥିଲେ । ତାଙ୍କର ଦେହାନ୍ତ ପରେ ପରିବାର ମୁଖ୍ୟ କୈଳାଶ ଅଗ୍ରୱାଲ (ବାଙ୍କା), ଧର୍ମ ପତ୍ନୀ ରୁକ୍ମଣୀ ଅଗ୍ରୱାଲ, ଦିଲିପ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ ଓ ପରିବାର ସମସ୍ତ ସଦସ୍ୟ ମାନେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ପାଦଙ୍କ ଅନୁକରଣ କରି ଆଜି ପର୍ୟ୍ୟନ୍ତ ମାଗଣା ସାମୁହିକ ବ୍ରତୋପନୟନ କରିଆସୁଛନ୍ତି । ପ୍ରତି ବର୍ଷ ୨୫/୩୦ ବ୍ରାହ୍ମଣ ପିଲା ମାନେ ବ୍ରତୋପନୟନ ହୋଇଆସୁଥିଲେ । କିନ୍ତୁ ଏ ବର୍ଷ କରୋନା ମହାମାରୀ କଟକଣାକୁ ଯୋଗୁଁ ୧୦ ଜଣ ବ୍ରାହ୍ମଣ ପିଲା ବ୍ରତୋପନୟନ ହୋଇଅଛି । ଏଠାରେ ମହାଦେବ ମନ୍ଦିର ଥିବାରୁ ସମସ୍ତ ସଦସ୍ୟ ସଦସ୍ୟା, ଲିଓ କ୍ଲବ ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ଭେଡେନ ବ୍ଲକର ବିଭିନ୍ନ ଶୈବପୀଠରେ ମାନଂକରେ ମହାଶିବରାତ୍ରି ପାଳନ କରାଯାଇଛି ।

Leave A Reply

Your email address will not be published.

20 − one =