pakka

ଭୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉପଜିଲ୍ଲାପାଳଙ୍କ ହୀନ ପ୍ରୟାସକୁ ଟିଟିଲାଗଡ଼ର କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତୀକାତ୍ମକ ପ୍ରତିବାଦ : ଏକଛତ୍ରବାଦ ନୀତିକୁ ବିରୋଧ

bbehera

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ବହନ କରିବା ଦିନ ଠାରୁ ସୋମେଶ ଉପାଧ୍ୟାୟ ଗଣାମଧ୍ୟମକୁ ଏକ ପ୍ରକାର ଭୟ କରିବା ସହ ଅନେକ ସମୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରିବା ଘଟଣାକୁ ନେଇ ଆଜି ଟିଟିଲାଗଡ଼ କାର୍ୟ୍ୟରତ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କାର୍ୟ୍ୟରତ ସାମ୍ବାଦିକଙ୍କ ଅନୁସାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅନେକ ସମୟରେ ବିବାଦୀୟ ହୋଇ ପଡ଼ିଥିବା ବେଳେ ଏହାର ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନଙ୍କ ଉପରେ ଚାପ ପକାଇବା ନେଇ ହୀନ ପ୍ରୟାସ କରି ଆସୁଥିବା ଦେଖାଦେଇଛି । ସୋମେଶ ଉପାଧ୍ୟାୟ ଜଣେ ଯୁବ ଆଇଏଏସ ହୋଇଥିବା ବେଳେ ଏବଂ ପ୍ରଥମ କରି ପ୍ରଶାସନିକ ବ୍ୟବସ୍ଥାରେଟିଟିଲାଗଡ଼ ଉପଜିଲ୍ଲାପାଳ ଭାବରେ ଯୋଗ ଦେଇଥିଲେ । ମହାମାରୀ କରୋନାକୁ ନେଇ ସମଗ୍ର ଦେଶ ଲଢ଼ୁଥିବା ବେଳେ ଆର୍ଥିକ ଅନାଟନ ଦେଇ ଦେଶ ଏବଂ ରାଜ୍ୟ ଗତି କରିଥିଲା । ଯଦିଓ ବର୍ତମାନ ସୁଦ୍ଧା ଆର୍ଥିକ ଅବସ୍ଥାରେ ଘୋର ସଙ୍କଟ ଦେଖା ଦେଇଛି । ଏପରି ସ୍ଥଳେ ରାଜ୍ୟ ସରାକର ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଜାରି କରିଥିଲେ ଯେ, କୌଣସି ଅଧିକାରୀ ମହାମାରୀ ସମୟରେ ଘରୋଇ ଗାଡି ବ୍ୟବହାର କରି ପାରିବେନାହିଁ । କିନ୍ତୁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ନିଶା ଘାରିଥିଲା ସ୍କୋରପିଓ ଗାଡି ଚଢ଼ିବାର । ଉପଜିଲ୍ଲାପାଳଙ୍କ ଅଫିସରେ ପୂର୍ବରୁ ଏକ ବୋଲେରୋ ଗାଡି ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ ଗୋଟିଏ ଗାଡି ରହିଥିଲେ ବି ଟେଣ୍ଡରର ଅବଧି ନ ସରୁଣୁ ଆଉ ଏକ ଘରୋଇ ଗାଡିକୁ ବେଆଇନ ଭାବରେ ଚଢିଥିବା ବେଳେ ଜଣେ ଅଧିକାରୀ ମହାମାରୀ ସମୟରେ ଦୁଇ ଗୋଟି ଗାଡି ବ୍ୟବହାର କରୁଥିବା ନେଇ ସାମାଜିକ ଗଣାମଧ୍ୟମ ଠୁ ନେଇ ଚା’ ଖଟି ପର୍ୟ୍ୟନ୍ତ ଚର୍ଚ୍ଚା ହୋଇଥିଲା । ଏମିତିକି କଣ୍ଟାବାଞ୍ଜି ଆରଏମସି ବିଭାଗ ତରଫରୁ ଗାଡିଟି ଲାଗିଥିବା ବେଳେ ପରେ ଘରୋଇ ଗାଡିର ନେମ୍‌ ପ୍ଲେଟକୁ ଟ୍ୟାକ୍ସି ଗାଡି ଭାବରେ ପରିବର୍ତ୍ତନ କରାଯାଇ ଉପଜିଲ୍ଲାପାଳ ନିଜ ଉପରୁ ଦୋଷ ସବୁ ହଟେଇବାକୁ ଉଦ୍ୟମ କରିଥିଲେ । ଏସବୁର ଖବର ପାଇ ଦୁଇଜଣ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକ ମାନଙ୍କ ଉପରେ ମିଥ୍ୟା କେଶ କରେଇବାକୁ ପଛେଇ ନଥିଲେ ଉପଜିଲ୍ଲାପାଳ । ଠିକ୍‌ ସେହିପରି ଆଉ ଏକ ଘଟଣାରେ ମଧ୍ୟ ଜଣେ ସାମ୍ବାଦିକଙ୍କୁ ରାତ୍ରି ପର୍ୟ୍ୟନ୍ତ ଟିଟିଲାଗଡ଼ ଥାନାରେ ଅଟକ ରଖା ଯାଇଥିଲା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ, ଯାହାକୁ ନେଇ ସେତେବେଳେ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ପରେ ଅନେକ କାର୍ୟ୍ୟରେ ମଧ୍ୟ ବିବାଦୀୟ ହୋଇ ପଡ଼ିଥିଲେ ଉପଜିଲ୍ଲାପାଳ । ସେ ଏଆରଏସଏସ କମ୍ପାନୀ ଉପରେ ୭ କୋଟି ଟଙ୍କାର ଫାଇନ ହେଉ କିମ୍ବା ପରବର୍ତ୍ତୀ ସମୟରେ କମ୍ପାନୀର କୁଆରୀ ଏବଂ କ୍ରସର ଉପରେ ଚଢ଼ାଉ ହେଉ ସବୁ ଘଟଣାରେ ଉପଜିଲ୍ଲାପାଳଙ୍କ ସନ୍ଦେହ ଜନକ ଭୂମିକା ରହିଥିବା କୁହାଯାଇଛି । ଆଉ ଏହି ସବୁ ଘଟଣାର ତଦନ୍ତ କରି ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ଉପରେ ଅଙ୍କୁଶ ଲଗାଇବାକୁ ହୀନ ଉଦ୍ୟମ କରୁଥିବା ଘଟଣାକୁ ନେଇ ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧି ଏହାର ତୀବ୍ର ବିରୋଧ କରିବା ସହ ଉପଜିଲ୍ଲାପାଳଙ୍କ ଏକଛତ୍ରବାଦ ଶାସନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉପଜିଲ୍ଲାପାଳଙ୍କ ଏପରି କାର୍ୟ୍ୟକ୍ରମକୁ ନେଇ ଆଜି ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି ଟିଟିଲାଗଡ଼ ସାମ୍ବାଦିକଗଣ । ଅନେକ ସମୟରେ ଟିଟିଲାଗଡ଼ ସହର ସମସ୍ୟାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ମତାମତ ଲୋଡିବାକୁ ଯାଉଥିବା ସାମ୍ବାଦିକ ମାନଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଅପେକ୍ଷାରେ ରଖିବା ସହ ଅନେକ ସମୟରେ ଦିନ ଦିନ ଧରି ଅପେକ୍ଷା କରେଇବା ଘଟଣାକୁ ମଧ୍ୟ ନିନ୍ଦା କରିଛ‌ନ୍ତି ଟିଟିଲାଗଡ଼ କାର୍ୟ୍ୟରତ ସାମ୍ବାଦିକ ଗଣ । ଆଜି ଟିଟିଲାଗଡ଼ ପୌର ପରିଷଦ କାର୍ୟ୍ୟାଳୟରେ ଟିଟିଲାଗଡ଼ ପାନୀୟଜଳ ସମସ୍ୟା ନେଇ ଏକ ବୈଠକ ଆୟୋଜିତ ହୋଇଥିବା ବେଳେ ସହରର ବିଭିନ୍ନ ବର୍ଗର ଲୋକଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସହରରେ ଅନେକ ସମସ୍ୟା ରହିଥିବା ବେଳେ ପ୍ରଶାସନର ଅପାରଗତା ନେଇ ଅନେକ ତର୍କ ବିତର୍କ ହେବାର ଅନେକ ସମ୍ଭାବନା ରହିଥିବା ଯୋଗୁଁ ପ୍ରଶାସନର ତ୍ରୁଟି ପଦାରେ ପଡିବା ଭୟ ରହିଥିବାରୁ ଆଜି ବୈଠକକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବାରଣ କରାଯିବା ନେଇ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ଟିଟିଲାଗଡ଼ କାର୍ୟ୍ୟରତ ସାମ୍ବାଦିକ ମହଲ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସାମ୍ବାଦିକ ମାନେ ପୌର ପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ନୀରବ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦରେ ଟିଟିଲାଗଡ଼ର କର୍ତବ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରେ ଅଶୋକ ତ୍ରିପାଠୀ, ସଞ୍ଜୟ ବେହେରା, ମାନସ ମହାନ୍ତି, ଶରତ ମିଶ୍ର, ଜଗଦିଶ ଜୈନ, ସତ୍ୟବ୍ରତ ପଣ୍ଡା, ଅଂକୁର ଅଗ୍ରୱାଲ, ଗୌରବ ଦର୍ଜୀ, ସୁଧୀର ସାହୁ, ସଞ୍ଜୟ ନାୟକ, ସୁନୀଲ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

four × 4 =

error: Content is protected !!