pakka

ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

kalikesh

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସ୍ଥିତ ରାମପୁର ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ରାଉତ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଗ୍ରନ୍ଥକୀଟ ହେବା ପାଇଁ ପରାମର୍ଶ ଦେଇଥିଲେ । ଧରଣୀଧର ସୁନା ନବକିଶୋର ସାହୁ, ପ୍ରତିଭା ମେହେର, ଜାନବୀ ବେହେରା ଓ ନିରୂପମା ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରେରଣା ଷଡ଼ଙ୍ଗୀ, ଶ୍ରୀୟା ନନ୍ଦ ଓ ରୁକ୍‌ମଣ ମେହେର ମାନପତ୍ର ସହିତ ପୁରସ୍କାର ଲାଭ କରିଥିଲେ । ଆୟୋଜକ ବୃନ୍ଦାବନ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

four + seven =