pakka

ପଶ୍ଚିମ ଓଡିଶା ସେବା ସଙ୍ଘ ତରଫରୁ ମଦଭାଟି ବନ୍ଦ ପାଇଁ ଦାବୀପତ୍ର ପ୍ରଦାନ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ୍ ଜାମୁଟ ଓ ସିରାବାହାଲ ଗାଁଗୁଡିକରେ ଥିବା ଦୁଇଟି ଦେଶୀ ମଦଭାଟି ଯୋଗୁଁ ଅଞ୍ଚଳରେ ନାନା ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଖି ଆଗରେ ରଖି ଆଜି ପଶ୍ଚିମ ଓଡିଶା ସେବା ସଙ୍ଘ ଓ ଅଂଚଳର ବୁଦ୍ଧିଜୀବୀ ମାନେ ତୁଷୁରାର ଅବକାରୀ କାର୍ଯ୍ୟାଳୟକୁ ଯାଇ ଅବକାରୀ ଉପ ନିରୀକ୍ଷକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହା ଉପରେ କାର୍ଯ୍ୟଷ୍ଠାନ ଗ୍ରହଣ ନ କରାଗଲେ ତୀବ୍ର ବିରୋଧ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ରାଜେଶ ବଗର୍ତି, ନକୁଳ କୁମାର ସାହୁ, କପିଳ କୁମ୍ଭାର, ଦୈତାରୀ ସାହୁ, ରୋହିତ ସାହୁ, ରୂପଧର ରଣା, ଅଜିତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

1 × five =