pakka

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ଗୀତା ଜୟନ୍ତୀ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ଧନଞ୍ଜୟ ମିଶ୍ର ତଥା ସଂପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସରୋଜ କୁମାର ପାଣିଗ୍ରାହୀ ତଥା ତାଙ୍କ ପତ୍ନୀ ଜ୍ୟୋତି ପାଣିଗ୍ରାହୀ ମୁଖ୍ୟ କର୍ତ୍ତା ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ରୂପେ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି ଏବଂ ସହଯୋଗୀ ରୂପେ ଭକ୍ତବନ୍ଧୁ ଦାଶ ପୂଜାର୍ଚ୍ଚନା କରିଥିଲେ । ପୂର୍ବ ସଭାପତି ତଥା ବର୍ତ୍ତମାନ ଉପଦେଷ୍ଟା ସତ୍ୟବନ୍ତ ବେଦବାକ୍‌ ଶ୍ରୀମଦ୍‌ ଭଗବତ ଗୀତା ଶ୍ଲୋକ ପାଠ କରିଥିଲେ ଏବଂ ତଦନୁସାରେ ଯଜ୍ଞକୁଣ୍ଡରେ କର୍ତ୍ତା ଦମ୍ପତ୍ତିଙ୍କ ଦ୍ୱାରା ଆହୁତି ଦିଆଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ରତ୍ନମୟ ତ୍ରିପାଠୀ, ରଘୁନାଥ ମିଶ୍ର, ବଦ୍ରିନାରାୟଣ ମିଶ୍ର, କସ୍ତୁରୀ ରଥ, ଜୟନ୍ତୀ ବେଦବାକ, ମାଳତୀ ଉଦ୍‌ଗାତା, ପୁରୁଷୋତ୍ତମ ପଣ୍ଡା, ରାଧାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଯଜ୍ଞ କାର୍ଯ୍ୟ ସମାପ୍ତି ପରେ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

fifteen − 14 =