pakka

ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁଇଁନ୍ତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପିପିର୍ଡା ସରପଞ୍ଚ ରୁବି ବାବୁ ମୁଖ୍ୟ ଅତିଥି, ଅର୍ଗାନାଇଜିଂ ସଂପାଦକ ବିନୋଦ ବିହାରୀ ପାଣିଗ୍ରାହୀ, ଆବାହକ ଗିରିଜା ବାଙ୍କି, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ, ମନୋରଞ୍ଜନ ତ୍ରିପାଠୀ, ଭବଦତ୍ତ ମିଶ୍ର, ପରମେଶ୍ୱର ନାଗ, ନୀଳମଣି ପଟେଲ, ଏବିଇଓ ଦୁର୍ବାଦଳ ମିଶ୍ର ଓ ଗୋପାଳ ବୁଡେକ ମଂଚାସୀନ ଥିଲେ । କୁମ୍ଭାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱିତି ରଞ୍ଜନ ମହାଲିଙ୍ଗ ପର୍ଯ୍ୟବେକ୍ଷକ ଓ ସାଲେଭଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ଉପରବାହାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତାରାକାନ୍ତ ମିଶ୍ର ବିଚାରକ ଭାବେ ଯୋଗଦାନ କରିଥିଲେ । ମେଳାରେ ୮୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଆଟଗାଁ ଉଚ୍ଚ ବିଦ୍ୟାଳୟର ସୋନାଲି ସାହୁ, ଛତାମଖନା ଉଚ୍ଚ ବିଦ୍ୟାଳୟର ସୋନୁ ପଧାନ, ଗଇଁନ୍ତଲା ଉଚ୍ଚ ବିଦ୍ୟାଳୟର ମିନକେତନ ପଟେଲ, ପଥର୍ଲା ଉଚ୍ଚ ବିଦ୍ୟାଳୟର ରାହୁଲ କୁମ୍ଭାର, କୁରୁଲ ଉଚ୍ଚ ବିଦ୍ୟାଳୟର ସୁନିଲ ପଟେଲ, ସାଉନ୍ତପୁର ଉଚ୍ଚ ବିଦ୍ୟାଳୟର ଅଲିଶା ତାଣ୍ଡି, ରାକ୍ସିମୁଣ୍ଡା ଉଚ୍ଚ ବିଦ୍ୟାଳୟର ରିତିକା ପୁଟେଲ ଶ୍ରେଷ୍ଠ ୭ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହେଲେ । ଉଦ୍‌ଯାପନି ଉତ୍ସବରେ ୧୭ ନଂ. ଜୋନ ଜିଲ୍ଲା ପରିଷଦର ସଭ୍ୟ ଶିବଦତ୍ତ ମିଶ୍ର ମୁଖ୍ୟ ଅତିଥି, ସୁଧାଂଶୁ ବାବୁ ଓ ଅନ୍ୟ ସମସ୍ତ ଅତିଥି ପୁରସ୍କାର ବିତରଣ କରିଥିଲେ । ନାରାୟଣ ମିଶ୍ର, ଅଳକା ଦାସ ସଭା ସଂଯୋଜନା କରିଥିବା ବେଳେ ଜୟକୃଷ୍ଣ ନାଏକ ବିବରଣୀ ପଠନ ଓ ବାସୁଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ବାରିକ, ମାଧବ ପଧାନ, ମାମି ପଧାନ, ତପସ୍ୱିନୀ ହରପାଲ, ସନ୍ତୋଷ କୁମାର ସାହୁ, ଟିହିଲୁ କର୍ମୀ ପରିଚାଳନା କମିଟି ସଭ୍ୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

12 − 3 =