pakka

ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ସମୀକ୍ଷା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ସମୀକ୍ଷା ବୈଠକ ବିଷ୍ଣୁମୁଣ୍ଡା ଠାରେ ଶିକ୍ଷାବିତ୍‌ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଘାସିରାମ ମିଶ୍ର, ଶିକ୍ଷାବିତ୍‌ ସତ୍ୟବନ୍ତ ବେଦବାକ ଓ ଟାଙ୍ଗିଆଜାମ୍‌ ମୁଖ୍ୟ ଗୋପାଳ ଚନ୍ଦ୍ର ହୋତା ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶତବାର୍ଷିକୀର ସମସ୍ତ କାର୍ଯ୍ୟକ୍ରମ ଠିକ୍‌ ଭାବରେ ଏବଂ ସମାଜକୁ ପ୍ରଭାବିତ କରିଲା ଭଳି କାମ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରୁ ସମାଜର ସଚେତନ ନାଗରିକ ଓ ସଂଗଠନ ଗୁଡିକ ଶିକ୍ଷା କରିବାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଂପାଦକ ମଧୁ ସାହୁ ବିବରଣୀ ପ୍ରଦାନ କରି ସମସ୍ତ କାର୍ଯ୍ୟକ୍ରମ ହୋଇପାରିଛି ବୋଲି କହିଥିଲେ । ଆବାହକ ମଦନ ମୋହନ ରଥ ସମସ୍ତ କାଯକର୍ତ୍ତାଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ବୈଠକରେ ଗୋବିନ୍ଦ ଚନ୍ଦ୍ର ସେଠ୍‌, ହୃଷିକେଶ ପୁରୋହିତ, ତପସ୍ୱିନୀ ପଶାୟତ, ଜ୍ୟୋତିରାଣୀ ମିଶ୍ର, ମାଳତୀ ଉଦ୍‌ଗାତା, ଅନୁପ୍ରିୟା ମିଶ୍ର, ସୁନାଧର ବନଛୋର, ଦୁର୍ଗା ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ସଭାକୁ ରତ୍ନମୟ ତ୍ରିପାଠୀ ପରିଚାଳନା କରିଥିଲେ । ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଧିରେନ୍ଦ୍ର ନାରାୟଣ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + eighteen =