ଗଞ୍ଜାମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲ୍‌ ଠାରେ ଶୁକ୍ରବାର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା, ହାଇସ୍କୁଲ ପ୍ରଧାନ ଶିକ୍ଷକ ଏସ ରାଜଲକ୍ଷ୍ମୀ ରେଡି ପ୍ରମୁଖ ମଞ୍ଚାସୀନ ଥିଲେ । ବିଚାରକ ଭାବେ ଗଞ୍ଜାମ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ନରୋତ୍ତମ ମାନା, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଲୋକନାଥ ମିଶ୍ର ଯୋଗ ଦେଇଥିଲେ । ହୁମା ସିଆରସିସି ଦାମୋଦର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ବ୍ଲକର ୫୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫ ମହାବିଦ୍ୟାଳୟର ପ୍ରାୟ ୮୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିରୁ ୪ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଥିଲା । ଖଣ୍ଡଦେଉଳି ହାଇସ୍କୁଲ ଛାତ୍ରୀ ପ୍ରଜ୍ଞା ପରିମିତା ଦାସ ପ୍ରଥମ ହୋଇଥିବା ବେଳେ ରମ୍ଭା ହାଇସ୍କୁଲ ସ୍ମିତା ରାଣୀ ପଣ୍ଡା ଦ୍ୱିତୀୟ, ଆଦର୍ଶ ବିଦ୍ୟାଳୟର ଅଭିଲିପସା ପତି ତୃତୀୟ ଏବଂ ହୁମା ବୀରଭଦ୍ର ହାଇସ୍କୁଲ ଉଦିତ ବିଶ୍ୱାଳ ବିବେଚିତ ହୋଇଛନ୍ତି । ଶିକ୍ଷକ ଲକ୍ଷ୍ମଣ ନାହାକ, ମହେଶ ବେହେରା, ଦୁର୍ଗା ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven + twenty =