pakka

ଜମଲା ଗ୍ରାମ ପଂଚାୟତକୁ ବ୍ଲକ ମାନ୍ୟତା ଦାବୀ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକ ମାନ୍ୟତା ଦାବୀ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଜୋନ୍ ୨ର ଜିଲ୍ଲା ପରିଷଦ ପ୍ରତିନିଧି ଅନିରୁଦ୍ଧ ରଣାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ୧୬ଟି ପଞ୍ଚାୟତକୁ ନେଇ ଜମଲା ବ୍ଲକ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଭିନ୍ନ ପଂଚାୟତ ଯଥା ଜମଲା, କଟାବାହାଲ, ବୁଡାମାଲ, କଂସର, ଡଙ୍ଗାଘାଟ, କନସିଂହା, ଚାରପାଲି, ବରିହାପାଲି, ସର୍ଗିବାହାଲ, ଜ୍ଞାନ, ପଲସାପାଲି, ଗନିଆପାଲି ଆଦି ପଂଚାୟତର ସରପଂଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜମଲା ସରପଂଚଙ୍କ ପ୍ରତିନିଧି ମନୋରଞ୍ଜନ ପୁରୋହିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ରହିମ ମେହେର ଏହି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନବୀନ ଦାଶ ବୈଠକକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 2 =

error: Content is protected !!