pakka

ଦେଦର୍ହରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ

bbehera
  • ସମାଜର ଉନ୍ନତି ପାଇଁ ସାମୁହିକ ଶକ୍ତିର ଆବଶ୍ୟକ
  • ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମର ଶିବ ମନ୍ଦିର ପାଖ ବରଗଛ ମୂଳରେ ସର୍ବ ଭାରତୀୟ ବିଂଝାଲ ସମାଜର ଖପ୍ରାଖୋଲ ବ୍ଲକ ସ୍ତରୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସଭାରେ ପ୍ରାରମ୍ଭରେ ସମାଜ ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି, ବଲାଙ୍ଗିର ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ସଂପାଦକ ନାରାୟଣ ବରିହା, ଖପ୍ରାଖୋଲ ବ୍ଲକ ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା, ବିପିନ ବରିହା, ଗୌରୀ ଶଙ୍କର ବରିହା, ବିରଞ୍ଚି ବରିହା , ଜିଲ୍ଲା ମିଡ଼ିଆ ସେଲ୍ ସ଼଼ଂଯୋଜକ ଗୋରେଖନାଥ ବରିହା, କୁଶଳ ବରିହା, ହୃଷିକେଶ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷା, ସ୍ଵାସ୍ଥ୍ୟ, ନିଶା ନିବାରଣ, ସାଂସ୍କୃତିକ, ବିଂଝାଲ ସମାଜର ଭାଷା ପରମ୍ପରା ସହ ସମାଜ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସଭାରେ ଖପ୍ରାଖୋଲ ବ୍ଲକର ସମାଜର କେତେଜଣ ଗୋଷ୍ଠୀ କନ୍ଦଳ ସୃଷ୍ଟି ହେବା ସାଙ୍ଗକୁ ଲୁଚି ଛପି ସାମାଜିକ ସଭା କରି ନିୟମାବଳୀକୁ ଉଂଲଘନ କରିବା, ବେଆଇନ ଭାବେ ଜରିମାନା ଆଦାୟ କରୁଥିବା, ସମାଜର ବିଭିନ୍ନ ପର୍ବ ପର୍ବାଣୀରେ ଯୋଗଦାନ ନକରିବା ସହ ଚାନ୍ଦା ନଦେବାକୁ ମନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ପ୍ରବର୍ତ୍ତାଇ ଥିବା ଦୃଷ୍ଟି ଗୋଚର ହେତୁ ଉକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏକ ବୃହତ ବିଂଝାଲ ସମାଜକୁ ବିଶୃଙ୍ଖଳା ସୃଷ୍ଟି କରିବା, ସମାଜକୁ ଭାଗ ଭାଗ କରୁଥିବା, ସମାଜର ସାମାଜିକ ନିୟମାବଳୀ ଖୋଲା ଖୋଲି ଉଲଂଘନ କରିବା, ବେଖାତିରି କରୁଥିବା, ସମାଜ ଏବଂ ସମାଜ ପକ୍ଷରୁ ପାଳିତ ହେଉଥିବା ପରମ୍ପରା ସଂସ୍କୃତି ଅନୁଯାୟୀ ପୂଜା ପର୍ବ ପର୍ବାଣୀର ପାଳିତ ହେଉଥିବା ଉତ୍ସବ ସମୟରେ ସେହି ବ୍ୟକ୍ତି ବିଶେଷଙ୍କ ପ୍ରରୋଚନା, ଇଙ୍ଗିତରେ ଗଣ୍ଡଗୋଳ କରୁଥିବା । ଉକ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି ଆଗାମୀ ଦିନରେ ସେମାନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଇଥିଲା । ସଭାରେ ଖପ୍ରାଖୋଲ ବ୍ଲକରେ ଥିବା ୨୧ ଟି ପଞ୍ଚାୟତ ଦାୟିତ୍ଵରେ ଥିବା କର୍ମକର୍ତ୍ତା ସଦସ୍ୟ ଯୋଗଦେଇ ଥିଲେ । ଜିଲ୍ଲା ଉପସଭାପତି ଅର୍ଜୁନ ବରିହା ସ୍ୱାଗତ ଭାଷଣ ପ୍ରଦାନ ସହ ସଭାପତି ଚାଳନା କରିଥିବା ବେଳେ ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ଗୋପାଳ ବରିହା, ପଡିଆବାହାଲ ପରିକ୍ଷିତ ବରିହା, କରୁଆଁଝର ବୁଡୁ ବରିହା, ସଂପାଦକ ରତ୍ନାକର ବରିହା, ଲୁହାସିହା ଧନୁର୍ଯ୍ୟ ବରିହା, କାଶିନାଥ ବରିହା, ବରଞ୍ଚି ବରିହା, ପିଛାଲୁ ବରିହାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିବା ବେଳେ ଦେଦର୍ହ ଗ୍ରାମ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ । ଅଜୁର୍ନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × three =