pakka

ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନ୍ୟ ୨ ଗୁରୁତର

bbehera

ବୌଦ୍ଧ, (ବଂଶୀଡଧର ମାଝୀ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟ ୨ ଜଣ ଗୁରୁତର । ଉଭୟଙ୍କୁ ଉଦ୍ଧାର କଲା ମନମୁଣ୍ଡା ଦମକଳ ବାହିନୀ । ସୂଚନାନୁଯାୟୀ, ତୁଳସୀକଟା ଗାଁର ଏକ କୂଅ ଭିତରକୁ ଏକ ମାଙ୍କଡ଼ ଖସି ପଡ଼ିଥିଲା । ଏହା ଦେଖି ଗ୍ରାମର ୩ ଜଣ ବ୍ୟକ୍ତି ମାଙ୍କଡ଼କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଓହ୍ଲାଇଥିଲେ । ହେଲେ ସେମାନେ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ । ଏନେଇ ଖବର ପାଇ ମନମୁଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ହେଲେ ଲାଲମୋହନ ରଣା ଓ ମୃତକ ହେଲେ କାଳୀଚରଣ ବାଙ୍କ ।

jay balangir
Leave A Reply

Your email address will not be published.

eleven + six =