pakka

୧୦୮ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ଏବେ ୟୁକ୍ରେନ ସ୍ଥିତି ଅସଂଭାଳ

bbehera

ନୂଆଦିଲ୍ଲୀ : ଯେତେବେଳେ ରୁଷ ୨୪ ଫେବୃଆରୀରେ ୟୁକ୍ରେନ ବିରୁଦ୍ଧରେ ସାମରିକ ଅଭିଯାନ ଆରମ୍ଭ କଲା, ସମସ୍ତେ ଭାବିଥିଲେ ଯେ ଏହି ଯୁଦ୍ଧ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ । କିଂତୁ ଦୀର୍ଘ ୧୦୮ ଦିନରେ ପହଂଚିଛି ଏବେ ଯୁଦ୍ଧ । ଏବେ ୟୁକ୍ରେନ ସ୍ଥିତି ଅସଂଭାଳ । ରୁଷ ସାମ୍‌ନାରେ ଏବେ ବିଜୟର ଧ୍ୱଜା । ରାଜଧାନୀ କିଭ୍‌କୁ ଅକ୍ତିଆର କରିବାରେ ବିଫଳ ରୁଷ ସେନା ରାଜଧାନୀରୁ ଗୋଟିଏ ମାସ ତଳେ ଓହରି ଯାଇଥିଲେ । ଏକ ମାସର ଯୁଦ୍ଧ ପରେ ରୁଷ ତାର ଲକ୍ଷ୍ୟ ବାଛିବା ଆରମ୍ଭ କଲା ଏବଂ ପୂର୍ବ ୟୁକ୍ରେନକୁ ଏହାର ନୂତନ ଲକ୍ଷ୍ୟ ଭାବରେ ବାଛିଥିଲା । ଅନେକ କ୍ଷୟକ୍ଷତି ପରେ ଏବେ ରୁଷ୍‌ ନିର୍ଣ୍ଣାୟକ ମୋଡ଼ରେ ପହଂଚିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ୟୁକ୍ରେନର ଅସ୍ତ୍ରଶସ୍ତ୍ର ସରିଯିବା ଆରମ୍ଭ ହୋଇଛି ଏବଂ ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଦିଆଯାଉଥିବା ସହାୟତା ଗ୍ୟାସର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି । ବର୍ତ୍ତମାନ ଆମେରିକାରେ ମଧ୍ୟ ପ୍ରଶ୍ନ ଉଠିଛି, ୟୁକ୍ରେନକୁ କେତେ ସାହାଯ୍ୟ ଦିଆଯିବା ଉଚିତ ?

jay balangir
Leave A Reply

Your email address will not be published.

four × five =