pakka

କୋସଲ ଜନଜାଗରଣ ରଥର ଶୁଭାରମ୍ଭ, ୮ ଅଗଷ୍ଟ ଦିଲ୍ଲୀ ଚାଲ ଡାକରା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ସ୍ଥିତ ମାଁ ବହଲତଲିଏନ ଗୁଡିଠାରେ କୋସଲ ଯୁବ ଶକ୍ତିର ସଭ୍ୟମାନେ ଏକତ୍ରିତ ହୋଇ କୋସଲ ଜନଜାଗରଣ ରଥର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜନଜାଗରଣ ରଥଟି ଗାଏସିଲେଟ ପରିକ୍ରମା କରି ପଂଚାୟତ ସମିତି ମହାବିଦ୍ୟାଳୟ ଠାରେ ପହଞ୍ଚିବା ପରେ ମାଁ ସମଲେଇଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କୋସଲ ଅଂଚଲକୁ ସରକାର ଉପେକ୍ଷା, ଅଣଦେଖା ଓ ହତାଦର କରୁଥିବା ଯୋଗୁଁ ଅଂଚଲର ମୁଲଭୁତଃ ସମସ୍ୟା ଯେପରି କୋସଲି ଭାଷାର ସାମ୍ବିଧାନିକ ମାନ୍ୟତା, ହାଇକୋର୍ଟ ବେଂଚ, ଚାଷୀର ଫସଲ ବିମା, ଦାଦନ, ବେକାରୀ ଆଦିର ସମାଧାନ ହେଉନାହିଁ ତେଣୁ କୋସଲ ଜନଜାଗରଣ ରଥ ମାଧ୍ୟମରେ ପ୍ରତି ଗାଁକୁ ଯାଇ ଜାଗରଣ ଆଣିବା ସହିତ ଆସନ୍ତା ଅଗଷ୍ଟ ୮ ତାରିଖରେ ଦିଲ୍ଲୀରେ ଧାରଣା ଦେବାକୁ ଆହ୍ୱାନ କରାଯାଇଛି । ସଭାରେ ଏକତ୍ରିତ ହୋଇଥିବା ବ୍ଲକର ସମସ୍ତ ପଂଚାୟତର ସଦସ୍ୟଙ୍କୁ କମିଟି ଗଠନ କରି କୋସଲ ଜନଜାଗରଣ ରଥ ତଥା ଦିଲ୍ଲୀ ଗସ୍ତ ପାଇଁ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । କୋସଲ ଜୁବଶକ୍ତି ତରଫରୁ ନିରଂଜନ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ହେମନ୍ତ ପଣ୍ଡା, ବୈରାଗି ସାହୁ, ଡ.ସାକେତ ଶ୍ରୀଭୁଷଣ ସାହୁ, ହିତାଂଶୁ ସାହୁ, ବଲ୍ଲଭ ସାହୁ, ଦିଲିପ ସରାପ, ପୁସ୍ତମ ଜୁଆଡି, କେଦାରନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।

Leave A Reply

Your email address will not be published.

three + fifteen =