csstore

ଶୀତ ପାଇଁ ଗୀତଟିଏ : କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ତରଫରୁ ରାଜ୍ୟ ସଂପାଦକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ୱେବ୍‌ ସଂଗୋଷ୍ଠୀ “ଶୀତ ପାଇଁ ଗୀତଟିଏ” ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ “କବିତା କେମିତି ଲେଖାଯାଏ” ଉପରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ରଘୁନାଥ ପଣ୍ଡା, ଡ. ଅଶୋକ କୁମାର ସେଠୀ, ଶିବପ୍ରିୟା ମିଶ୍ର, ବିରଞ୍ôଚ ନାରାୟଣ ଦାଶ, ଦେବେନ୍ଦ୍ର ହଂସ, ନୀଳାମ୍ବର ମିଶ୍ର, ଧବଳେଶ୍ୱର ପାତ୍ର, କସ୍ତୁରୀ ରଥ, ସତ୍ୟାନନ୍ଦ ବିଶ୍ୱାଲ, ଜ୍ୟୋତିରାଣୀ ମିଶ୍ର, ମୀନା ମୁଣ୍ଡ, ମନୋଜ କୁମାର ନାୟକ, ବସନ୍ତ କୁମାର ନାଥ, ଭାରତୀ ହୋତା, ଗୀତାଞ୍ଜଳି ରଥ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବିତା ଆସରରେ ବଲାଙ୍ଗିର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ରାୟଗଡା, ଖୋର୍ଦ୍ଧା ତଥା ଭୁବନେଶ୍ୱରରୁ ୪୦ରୁ ଉଦ୍ଧ୍ୱର୍ ପ୍ରତିଭାଗୀ ଯୋଗଦାନ କରିଥିଲେ । ସୁଶ୍ରୀ ସବିତା ଭୋଇ ସଂଯୋଜନା କରିଥିବା ବେଳେ ରାଜ୍ୟ ସଂଗଠନ ସଂପାଦକ ନାରାୟଣ ନାୟକଙ୍କ ମାର୍ଗଦର୍ଶନରେ ରଙ୍କମଣି ବାରିକ ତଥା ସୁଶ୍ରୀ ସଂଯୁକ୍ତା ପରିଚ୍ଛା ସମଗ୍ର କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ରାମଚନ୍ଦ୍ର ପଟେଲ କବିତା ଗୁଡିକର ସମୀକ୍ଷା କରିଥିଲେ ।

jayashree
Leave A Reply

Your email address will not be published.