ଏସ୍‌ଆଇଏଚ୍‌ଏମ୍‌ କଲେଜରେ ଆଣ୍ଟିରେଗିଂ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜାଖମନ ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌) କଲେଜରେ ଆଜି ଅପରାହ୍ନରେ ୪ ଟାରେ ଆଣ୍ଟିରାଗିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସୁରେଶ ଏକନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଲେଜରେ ବିଗତ ୧୬ ବର୍ଷ ମଧ୍ୟରେ କେବେବି କୌଣସି ଛାତ୍ରଛାତ୍ରୀଙ୍କୁ ର‍୍ୟାଗିଂ ହୋଇନଥିବା ସୂଚନା ଦିଆଯାଇଥିବା ବେଳେ ଆଗକୁ ଏହି ପରମ୍ପରା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଅଧ୍ୟକ୍ଷ ଶ୍ରୀ ଏକନାଥ ସରକାର ର‍୍ୟାଗିଂକୁ ନେଇ କଡା ଆଇନ କରି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏବଂ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଦେଇଛନ୍ତି । ଅନୁଷ୍ଠାନରେ କୌଣସି ବି ଛାତ୍ର କିମ୍ବା ଛାତ୍ରୀଙ୍କୁ ଅପ୍ରିତିକର ମନ୍ତବ୍ୟ ତଥା ମାନସିକ ସମ୍ମାନ ହାନି ହେଲା ଭଳି ପରିସ୍ଥିତି ସୃଷ୍ଟି ହେଲେ ତାକୁ ର‍୍ୟାଗିଂ କୁହାଯିବ ଓ ସେଥିପାଇଁ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସମସ୍ତେ ମିଳିମିଶି ସହଯୋଗ ଭିତ୍ତିରେ ଅନୁଷ୍ଠାନରେ ରହିବାକୁ ପରାମର୍ଶ ଦେଇଥିଲେ । ଯଦି କାହାକୁ କାହାରି ବ୍ୟବହାର ଅସନ୍ତୋଷ ଲାଗେ । ତେବେ ତୁରନ୍ତ ଅନ୍‌ଲାଇନ କିମ୍ବା ହେଲ୍‌ପ୍‌ ଲାଇନ ନମ୍ବରରେ ଅଭିଯୋଗ କରିପାରିବେ ବୋଲି କହିଥିଲେ । ଏହି ବୈଠକରେ କମିଟିର ସଦସ୍ୟ ତଥା ବରିଷ୍ଠ ସମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇ ତାଙ୍କ ଛାତ୍ର ଜୀବନର ଅନୁଭୁତି ବିଷୟରେ କହିବା ସହିତ ବର୍ତ୍ତମାନର ସରକାରୀ ଆଇନ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ କ୍ୟାରିୟର ଗଢିବାକୁ ଯତ୍ନବାନ ହୋଇ ହଷ୍ଟେଲ ଜୀବନକୁ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ସ୍ୱେଚ୍ଛାସେବୀ ଧିରେନ୍ଦ୍ର ବନ୍‌ଛୋର, ଅବିଭାବକ ପ୍ରତିନିଧି ପଙ୍କଜିନୀ ପଟ୍ଟନାୟକ, ହଷ୍ଟେଲ ସୁପରିଟେଣ୍ଡେଟ କଳ୍ପନା ଜେନା, କଲେଜର ଅଧ୍ୟାପକ କେ ରବିକୁମାର, ଦିନେଶ କୁମାର ଗୋଡସରା, ଜୟକ୍ରିଷ୍ଣା ଭୋଇ, ଛାତ୍ର ପ୍ରତିନିଧି ହିମାଂସି ଚୌହାନ, ଶେଖର ସୁମନ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

sixteen − 8 =