pakka

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ ଜୟବାହାଲ ଗ୍ରାମରେ ଅଂଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାମତେ, ଜୟବାହାଲ ଗ୍ରାମର କୌଶଲ୍ୟା ବାଗ (୩୫) ବୁଧବାର ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ହଠାତ୍‌ ସେ ଅଚେତ ଅବସ୍ଥାରେ ପଡିଯାଇଥିଲେ । ସ୍ୱାମୀ ସୁଦର୍ଶନ ଚିକିତ୍ସା ପାଇଁ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କୌଶଲ୍ୟାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୁଦର୍ଶନ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାର ଗରିବ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

three × 3 =