ଛାତ୍ର କଂଗ୍ରେସର ବିକ୍ଷୋଭ : ଆଇନ ଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଜୋରଦାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିତୁଦ୍ଧରେ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱ ତଥା ଏନଏସୟୁଆଇ.ର ରାଷ୍ଟ୍ରୀୟ ସଂପାଦକ ରୋଶନ ଲାଲ ବିଟ୍ଟୁ, ରାଷ୍ଟ୍ରୀୟ ଆବାହକ ରାହୁଲ ରାଏ ଓ ଓଡିଶା ପ୍ରଭାରୀ ଆଦିତ୍ୟ ଚୌଧୁରୀଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ସଭାରେ ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ବ୍ୟବସ୍ଥା ପାଇଁ ଖୋଦ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରାଯିବା ସହିତ ଯଥାଶୀଘ୍ର ଏହାକୁ ସୁଧାରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି ସଭାରେ କିଛି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କିଛି ସମୟ ହେବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭାବେ ବିଗିଡି ଯାଇଛି । ପୋଲିସ ପ୍ରଶାସନ ଏଥି ପ୍ରତି ଆଖି ବନ୍ଦ କରିଦେଇଥିବା ବେଳେ କେତେକ ଘଟଣାରେ ଖୋଦ ପୋଲିସ ଅଭିଯୁକ୍ତମାନଙ୍କ ପାଇଁ ସହାୟକ ପାଲଟୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଘଟଣାରେ ପୋଲିସ ନିଜେ ଅଭିଯୋଗକାରୀଙ୍କୁ ଭୟଭୀତ କରିବା ସହ ସଲାସୁତୁରା କରିବା ପାଇଁ ବାଧ୍ୟ କରୁଛି । ନିକଟ ଅତୀତରେ ଆୟୁଷ ଡାକ୍ତରଙ୍କ ଜଣେ କରୋନା ପୀଡିତାଙ୍କ ପ୍ରତି ହୋଇଥିବା ବ୍ୟଭି·ରରେ ଖୋଦ୍‌ ପୋଲିସର ଭୁମିକା ସନ୍ଦେହଜନକ । ସହର ମଧ୍ୟରେ ପ୍ରତ୍ୟେକ ଦିନ ଚୋରୀ, ଡକାୟତି, ମରଣାନ୍ତ୍ରକ ଆକ୍ରମଣ ଘଟି ଚାଲିଛି । ସେହିପରି ସାରା ସହରରେ ବେଧଡକ ନିଶା କାରବାର ଚାଲୁଥିବା ବେଳେ ଥାନା ପଛ ପଟ ଅଂଚଳ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । କିନ୍ତୁ ଏସବୁକୁ ନିୟନ୍ତ୍ରଣ କରିବାରେ ପୋଲିସର ଭୂମିକା ଅତି ନିରୁତ୍ସାହଜନକ ମନେହୁଏ । ତେଣୁ ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ବିଭାଗ ତଥା ଅଧିକାରୀଙ୍କୁ ଆହୁରି ସୁଦୃଢ କରାଯିବା ସହିତି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଡ୍ରଗ୍‌ ନିରୀକ୍ଷକ ଏବଂ ପୋଲିସ ବିଭାଗର ଏକ ମିଳିତ ଟିମ୍‌ ତିଆରି କର ବେଆଇନ ମଦ ତଥା ନିଶା କାରବାରକୁ ଦମନ କରାଯାଉ । ସନ୍ଧ୍ୟାକାଳୀନ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହିତ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଦାବୀ କରିଛି ।

ତେବେ ଉପରୋକ୍ତ ଦାବୀ ଗୁଡିକ ଉପରେ ଯଥାଶୀଘ୍ର ପଦକ୍ଷେପ ନିଆନଯାଏ ତେବେ ଛାତ୍ର କଂଗ୍ରେସ ଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ । ଏଥିରେ ଯଦି କୋ÷÷ଣସି ପ୍ରକାର ଧନ ଜୀବନହାନୀ ହୁଏ ତେବେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ଚେତାଇ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ଉମାଶଙ୍କର ସାହୁ, ନଗର ସଭାପତି ବୁଲୁ ଦାନୀ, ପ୍ରବକ୍ତା ସାନନ୍ଦ ମିଶ୍ରଙ୍କ ସମେତ ଛାତ୍ର କଂଗ୍ରେସର ନିରଞ୍ଜନ ମିଶ୍ର, ଟୁଲୁ ସେନ, ଶୁଭେନ୍ଦୁ ସାହୁ, ଶମିୟା ବଗର୍ତ୍ତି, ରାମାଇ ନାଏକ, ଶୁଭଙ୍କର ବାଗ, ମହମ୍ମଦ ଆସିଫ, ଆକ୍ରମ ବାଗ, ଅମିତ ସାହୁ, ମୁକେଶ ସାହୁ, ରୋଶନ ମିଶ୍ର, ସୁମିତ ପଟ୍ଟନାୟକ, ଗୁପ୍ତେଶ୍ୱର ମୁଗ୍ରି, ସମୀର ବାଗ, ମଧୁ ନାଗ, ଲୋପନ ମିଶ୍ର ଓ ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.