୩ ଜଣ ଚାଷୀଙ୍କ ଆତ୍ମହୂତି ଉଦ୍ୟମ ବିଧାନସଭା ସାମ୍‌ନାରେ

ଭୁବନେଶ୍ୱର : ଆଜି ପୁଣି ବିଧାନସଭା ସାମ୍‌ନାରେ ୩ ଜଣ ଚାଷୀ ଆତ୍ମହୂତି ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆଠଗଡର ତିନି ଜଣ ଚାଷୀ କିରୋସିନ ଢାଳି ହୋଇ ଆତ୍ମହୂତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଏହି ଚାଷୀମାନଙ୍କ ନାଁରେ ଋଣ ଦିଆଯାଇଥିଲା । ଅଥଚ ସେମାନଙ୍କ ନିକଟରେ ଋଣ ଟଙ୍କା ପହଞ୍ଚି ନଥିଲା । ସେମାନଙ୍କୁ ଦିଆଯାଇଥିବା ଟଙ୍କା ମିଥ୍ୟା ପ୍ରମାଣପତ୍ର ଦେଇ ଉଠାଇ ନିଆଯାଇଥିବା ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.