csstore

ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସା ମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ “ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ସମ୍ପର୍କରେ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିର୍ସା ମୁଣ୍ଡା ନଗର ଶାଖାର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ, ସମ୍ପାଦକ ଆଭାଷ କୁମାର ହୋତାଙ୍କ ଆବାହକତ୍ୱ, ବାସନ୍ତୀ ପାଠାଗାରର ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତ ମୁଖ୍ୟଅତିଥି, ବିଷୟ ବିଶେଷଜ୍ଞ ଭାବେ ପ୍ରାଧ୍ୟାପିକା ଡ଼. ରୁକ୍ମଣୀ ସାହୁ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ନିଜର ମତ ରଖି କହିଲେ ଯେ, ମହାସତୀ ସାବିତ୍ରୀ ଯମରାଜାଙ୍କ ଠାରୁ ନିଜ ସ୍ୱାମୀଙ୍କୁ ଫେରେଇ ଆଣିବା ପାଇଁ ଯମରାଜଙ୍କ ସହ ତର୍କ କରି ନିଜର ପ୍ରଚଣ୍ଡ ପ୍ରଭାବ, ବୁଦ୍ଧି ଓ ସତୀତ୍ଵର ବଳରେ ସେ ସ୍ୱାମୀ ସତ୍ୟବାନଙ୍କ ପ୍ରାଣ ଫେରେଇ ଆଣିଥିଲେ । ରାଉରକେଲା ମହାନଗର ସାଧାରଣ ସମ୍ପାଦିକା ଡ଼. ସୁଷମା ମୋଦି ପ୍ରାକ୍ କଥନ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶିବପ୍ରସାଦ ଦାଶ ଦାସ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ସୁଭାଷିନୀ ସାହୁ ଓ ଅମୀୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ବ୍ରଜେନ୍ଦ୍ର ଦାଶ, ଦୀପକ କୁମାର ସାହୁ, ଧରିତ୍ରୀ ପାଇକରାୟ, ଡ଼. ରୁକ୍ମଣୀ ସାହୁ, ଅଶୋକ କୁମାର ପଟ୍ଟନାୟକ, ତ୍ରିଲୋଚନ ସ୍ୱାଇଁ, କରୁଣାକର ପାଟ୍ଟଶାଣୀ, ଅମୀୟ କୁମାର ମହାନ୍ତି, ସୁଭାଷିନୀ ସାହୁ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶାଖାର କାର୍ଯ୍ୟକାରୀ ଉପସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, କମଳ ଆଚାର୍ଯ୍ୟ, ଶ୍ରୀକାନ୍ତ ପାଣିଗ୍ରାହୀ, ସଞ୍ଜୟ କୁମାର ପ୍ରଧାନ, କବିତା ପ୍ରଧାନ, ବସନ୍ତ ମହାରଣା, ଅଜୟ କୁମାର ପ୍ରଧାନ, ଡ଼. ନାରାୟଣ ସେନାପତି, ସୁବାସ ମହାପାତ୍ର, ରବିନ୍ଦ୍ର ଠାକୁର, ପ୍ରଭାସିନୀ ଦାସ, ପ୍ରିୟଙ୍କା ନାୟକ, ସ୍ନେହ ପ୍ରିୟ ବଳ, ସୁଷମା ମହାପାତ୍ର, ଶୁଭଲକ୍ଷ୍ମୀ ବେହେରା, ପ୍ରଭାସିନୀ ସାହୁ, ରମେଶ ଚନ୍ଦ୍ର ସାହୁ, ଶିବ ପ୍ରସାଦ ଦାସ, ଚିନ୍ମୟ ତ୍ରିପାଠୀ, ପ୍ରିତମ ମହାନ୍ତି, ଅନିଲ କୁମାର ଦାଶ, ବଳରାମ ସାହୁ, ଶାଶ୍ୱତ ବିଜୟ ପାଟ୍ଟଶାଣୀ, ମୀରା ସିଂହ, ଜ୍ଞାନରଞ୍ଜନ ସେନାପତି, ସୁଜାତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.