ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍‌ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ’ (ଆଇସିଆର୍‌ଏଏମ୍‌ଇଆର୍‌ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ ।

Leave A Reply

Your email address will not be published.