jsm

ଭୃଗୁବକ୍ସି ପାତ୍ରଙ୍କ ରମ୍ଭା ଏନ୍‌ଏସିର ମୌଳିକ ସମସ୍ୟା ଉପରେ ଅଧ୍ୟକ୍ଷାଙ୍କ ସହ ଆଲୋଚନା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ବିଜେପିର ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କ ରମ୍ଭା ଏନ୍‌ଏସିର ନବାଗତା ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିସହିତ ପୂର୍ବତଟ ରେଳବାଇର ରମ୍ଭା ରେଳ ଷ୍ଟେସନରେ ଦୃତଗାମୀ ଟ୍ରେନ ରହଣି, ରମ୍ଭା ବାଦପଲ୍ଲୀ ବାଇପାସ ରାସ୍ତାରେ ଓଭର ବ୍ରିଜ ନିର୍ମାଣ, ରମ୍ଭା ଚିକିତ୍ସାଳୟର ଉନ୍ନତିକରଣ ସମେତ ଅଭାବ ଅସୁବିଧାର ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ଉପରୋକ୍ତ ବୈଠକରେ ରମ୍ଭା ବିଜେପି ନଗର ସଭାପତି ସିମାଞ୍ଚଳ ବାଡ଼ତ୍ୟା, ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଲୋକନାଥ ଗୌଡ଼, ଲକ୍ଷ୍ମଣ ପାତ୍ର, ମହେଶ୍ୱର ବେହେରା, ଭୀମ ସେନ ବେହେରା, ବାପି ଜେନା, ରମେଶ ସାହୁ, ନାଗେଶ୍ୱର ବେହେରା, ସୁଦର୍ଶନ ସେନାପତି, ମୁନା ସ୍ୱାଇଁ, କେଦାର ବାରିକ, ପିଙ୍କୁ ଗୌଡ଼, ବାବୁଲା ସେଠି, ବୁଡୁ ଗୌଡ଼ ସମେତ ନବାଗତା ଦଳୀୟ କାଉନସିଲର ଓ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.