pakka

କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସହ ଆଲୋଚନା କଲେ ସମରେନ୍ଦ୍ର

bbehera
  • ସରକାରଙ୍କ ଭୁଲ ନିତି କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସ୍ୱାର୍ଥ ବିରୋଧୀ, ସମରେନ୍ଦ୍ରଙ୍କ ଆରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଓ ଉଠା ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେବଳ ଭୋଟ୍‌ ହାତେଇବା ରାଜନୀତି ଯୋଗୁଁ ଆମ ଅଂଚଳରେ ବେକାରୀ ସଂଖ୍ୟା ବଢ଼ି ଚାଲିଛି ବୋଲି ସମରେନ୍ଦ୍ର ମତ ରଖିଛନ୍ତି । ଆମ ଅଂଚଳର ଯୁବକମାନେ ବାଧ୍ୟ୍ୟ ହୋଇ ଛୋଟ ଦୋକାନ କରି ବ୍ୟବସାୟ କରୁଛନ୍ତି ସତ, କିନ୍ତୁ ସରକାରାଙ୍କ ଭୁଲ ନୀତି ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ବ୍ୟବସାୟରେ କୌଣସି ଉନ୍ନତି ପରିଲିକ୍ଷିତ ହେଉନାହିଁ ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ୍‌ ପାଖ ପଡିଆରେ ଅନୁଷ୍ଠିତ ସମରେନ୍ଦ୍ରଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମରେ ସମରେନ୍ଦ୍ର ନିଜ ଭାଷଣରେ କହିଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ସହରର ଛୋଟ ବ୍ୟବସାୟୀଙ୍କ ଏହି କାର୍ଯ୍ୟକ୍ରମରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ବଲାଙ୍ଗିର ଧୀରେ ଧୀରେ ଯୁବକ ଶୂନ୍ୟ ହେବାରେ ଲାଗିଛି । କାରଣ ପିଲା ପାଠ ପଢ଼ିସାରିଲା ପରେ ଚାକିରୀ ନାହିଁ, ରୋଜଗାର ପାଇଁ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ରୋଜଗାର ଓ ଦକ୍ଷତା ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆମର ଯୁବକଙ୍କୁ ନିଜ ମାଟିରେ କୁଶଳୀ କିମ୍ବା ଦକ୍ଷତା ବଢେଇବାର କୌଣସି ବି ଯୋଜନା ନାହିଁ, ଏ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଫେଲ୍‌ ବୋଲି କହିଛନ୍ତି ସମରେନ୍ଦ୍ର । ବଲାଙ୍ଗିରରୁ ଲଗାତାର୍‌ ପ୍ରତିନିଧିତ୍ୱ କରିଥିବା ତଥା ମନ୍ତ୍ରୀ ପଦ ପାଇଥିବା ସରକାରୀ ଦଳର ନେତା ବଲାଙ୍ଗିରର ଯୁବକମାନଙ୍କୁ ଧୋକା ଦେଇଛନ୍ତି, ସେମାନେ ଆମ ପିଲାମାନେ କିଭଳି ପାଠ ପଢି ସାରି ରୋଜଗାରକ୍ଷମ ହେବେ ସେ ଦିଗରେ ସରକାରଙ୍କ ଉପରେ ତିଳେ ବି ଚାପ ପକେଇ ପାରିନାହାନ୍ତି, ଯାହା ଫଳରେ ବ୍ୟବସାୟ ହେଉ କି ବିଭିନ୍ନ ବିଭାଗର କୁଶଳୀ କାରିଗର ସବୁଥିରେ ରାଜ୍ୟ ବାହାର ଲୋକ ହିଁ କାମ ପାଉଛନ୍ତି ବୋଲି ସମରେନ୍ଦ୍ର କହିଛନ୍ତି । ପୁଞ୍ଜିପତି ଯେପରି ଅଧିକ ମୁନଫା ଅର୍ଜନ କରି ପାରିବେ, ସେ ଦିଗରେ କେନ୍ଦ୍ର ସରକାର ରିଲାଏନ୍ସ, ବିଗ୍‌ ବାସ୍କେଟ ଭଳି କମ୍ପାନୀକୁ ପରିବା ତଥା ଗ୍ରୋସେରୀ ବ୍ୟବସାୟରେ ପ୍ରବେଶ କରେଇ ଖୁଚୁରା ବ୍ୟବସାୟରେ କ୍ଷୁଦ୍ର ଓ ଛୋଟ ବ୍ୟବସାୟୀଙ୍କ ପେଟ ପାଟଣା ରାସ୍ତା ବନ୍ଦ କରି ଦେଉଛି ବୋଲି ସମରେନ୍ଦ୍ର ଆରୋପ କରିଥିଲେ । ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିଭିନ୍ନ ଜାଗାରେ ଭେଣ୍ଡିଂ ଜୋନ ତିଆରି କରାଯାଇଥିବାର ସୂଚନା ଦେଇଥିଲେ । ତା’ସହ ସେ କହିଥିଲେ, ଯେଉଁ ଉଠାଦୋକାନୀ ତଥା ଗରିବ ଲୋକେ ସରକାରୀ ଜାଗାରେ ଘର କରି ରହୁଛନ୍ତି ସେମାନଙ୍କୁ ରହୁଥିବା ଜାଗାର ପଟ୍ଟା ନିଶ୍ଚିତ ପ୍ରଦାନ କରାଯିବ ବୋଲି କହିଥିଲେ । କଂଗ୍ରେସ ଜିତିଲେ ବଲାଙ୍ଗିରକୁ କିଛି ଶିଳ୍ପ ଅଣାଯିବ, ବେକାର ଯୁବକଙ୍କ ପାଇଁ ଦକ୍ଷତା ବିକାଶ ସହ ସେମାନେ କିପରି ରୋଜଗାରକ୍ଷମ ହୋଇପାରବେ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ର୍ରୁତି ଦେବାସହ କଂଗ୍ରେସ ଦଳର ହାତ ଚି଼ହ୍ନରେ ଦୁଇଟି ଭୋଟ୍‌ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

four + eight =