pakka

ପୋଲିସ ଏଏସ୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

bbehera

ବୌଦ୍ଧ : ପୋଲିସ ଏଏସ୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ମିଳିଛି । ଅପହରଣକାରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଏଏସ୍‌ଆଇ । ଗୁରୁତର ଏଏସ୍‌ଆଇ ମନମୁଣ୍ଡା ଥାନାର କୁମୁଦ ଭୋଇ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ରହିଥିଲେ । ବୁଧବାର ରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗାଁକୁ ଯାଇଥିଲେ । ଗାଁ ନିକଟରେ ଥିବା ସ୍କୁଲ ପାଖରେ ୧୦-୧୨ ଜଣ ଦୁର୍ବୃତ୍ତ ଗାଡି ଅଟକାଇ କୁମୁଦ ଭୋଇଙ୍କ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ କୁମୁଦ ଭୋଇଙ୍କୁ ପ୍ରଥମେ ସୋନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ପହଁଚିଥିବା ବେଳେ ଆକ୍ରମଣର କାରଣ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

Leave A Reply

Your email address will not be published.

five × three =