pakka

ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡି ଉଦ୍‌‌ଘାଟନ କଲେ ବିଧାୟକ

bbehera

ପିପିଲି : ତେଇସିପୁର ସେବା ସମବାୟ ସମିତିଠାରେ ଖରିଫ୍‌‌ ବିପଣନ ବର୍ଷ ୨୦୨୩-୨୪ ନିମନ୍ତେ ଖୋଲା ଯାଇଥିବା ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡିକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗତକାଲି ଉଦ୍‌‌ଘାଟନ କରିଛନ୍ତି । ଏହି ଅବସରରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ କୃଷି ଓ କୃଷକଙ୍କ ବିକାଶ ସଂପର୍କରେ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୁହ, ପୁରୀର ଉପନିବନ୍ଧକ ରୁଦ୍ରପ୍ରସାଦ ଦାଶ, ସହକାରୀ ନିବନ୍ଧକ ସ୍ୱରୁପ କୁମାର କର, ଉପ-ସହକାରୀ ନିବନ୍ଧକ ଦିଲିପ କୁମାର ବେହେରା ଓ ସନ୍ତୋଷ କୁମାର ମହାନ୍ତି, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ନିୟନ୍ତ୍ରିତ ବଜାର କମିଟି ସାକ୍ଷୀଗୋପାଳ ସଂପାଦକ ଜିତେନ୍ଦୁ କୁମାର ଦାଶ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଥୀ ଶତପଥୀ, ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦେବଜ୍ୟୋତି ଦାଶ, ତେଇସିପୁର ସେବା ସମବାୟ ସମିତି ସଂପାଦକ ଅବକାଶ ପରିଡ଼ା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ୱିଣ୍ଟାଲ ପ୍ରତି ଧାନର ସରକାରୀ ଦର ତଥା ସାଧାରଣ କିସମ(ଏଫ୍‌‌ଏକ୍ୟୁ) ୨୧୮୩ ଟଙ୍କା ରଖାଯାଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ସୂଚନା ଦେଇଛନ୍ତି । ଶେଷରେ ଯୁବ ସମବାୟବିତ୍‌‌ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two × one =

error: Content is protected !!