pakka

ସାମାନ୍ୟ ବଚସାକୁ ନେଇ ମାରିଦେଲା ସାଙ୍ଗ

bbehera

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଖବର ମିଳିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଶଗଡ଼ଭଙ୍ଗା ଗ୍ରାମର ରଶ୍ମିରଞ୍ଜନ ବଳିଆରସିଂଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ଜଙ୍କିଆ ପୁଲିସର ତନାଘନା ଆରମ୍ଭ କରିଛି । ଖବର ଅନୁଯାୟୀ, ରଶ୍ମିରଞ୍ଜନ ଓ ସୋମନାଥ ଦୁଇଜଣ ଭଲ ସାଙ୍ଗ । ଉଭୟ ସାଙ୍ଗ ଦୀର୍ଘ ୭ ବର୍ଷ ହେଲା ଯାତ୍ରା ପାର୍ଟିରେ କାମ କରୁଥିଲେ । ନୂଆ ବର୍ଷରେ ଗାଁକୁ ଫେରିଥିବାବେଳେ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ରଶ୍ମିରଞ୍ଜନଙ୍କୁ ସୋମନାଥ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଜଙ୍କିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

nineteen − 13 =

error: Content is protected !!