csstore

ଉଦ୍‌ଘାଟିତ ହେଲା ଅତ୍ୟାଧୁନିକ ସ୍ମାର୍ଟ ପାର୍କ ‘ବଲାଙ୍ଗିର ଉଦ୍ୟାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଢେ଼ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ସ୍ମାର୍ଟ ପାର୍କ ‘ବଲାଙ୍ଗିର ଉଦ୍ୟାନ’ ଉଦ୍‌ଘାଟିତ ହୋଇଯାଇଛି । ଗତକାଲି ସଂଧ୍ୟାରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଖିଲାରୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବଲାଙ୍ଗିର ଉଦ୍ୟାନକୁ ବଲାଙ୍ଗିରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ପ୍ରାୟ ୭ ଏକର ଜାଗାରେ ର୍ନିମିତ ହୋଇଥିବା ଏହି ସ୍ମାର୍ଟ ପାର୍କରେ ପିଲା ଠୁ ବୁଢ଼ା ସମସ୍ତଙ୍କ ମନୋରଂଜନ ପାଇଁ ସମୃଦ୍ଧ ବ୍ୟବସ୍ଥା ରହିଥିବା ବେଳେ ପାର୍କ ଭିତରେ ଏକ ପୋଖରୀ ମଧ୍ୟ ରହିଛି । ଅତ୍ୟାଧୁନିକ କଳା କୌଶଳରେ ପ୍ରସ୍ତୁତ କରାଯାଇଛି ସ୍ମାର୍ଟ ପାର୍କ ‘ବଲାଙ୍ଗିର ଉଦ୍ୟାନ’ । ଏହା ବଲାଙ୍ଗିରବାସୀଙ୍କ ମନୋରଂଜନ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ବିଶ୍ୱାସ କରାଯାଉଥିବା ବେଳେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ସହରବାସୀଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ ଆଲୋକୀକରଣ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଯୋଗୁଁ ଅତ୍ୟନ୍ତ ଆକର୍ଷଣୀୟ ହୋଇପାରିଛି ବଲାଙ୍ଗିର ଉଦ୍ୟାନ ବୋଲି ଲୋକେ କହିଛନ୍ତି ।

jayashree
Leave A Reply

Your email address will not be published.