oum

ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ଲାଗି ପୋଲିସ ଡିଜି ଅଭୟ ଏମ୍ସରେ ପହଞ୍ଚିଲେ

jsm

ଭୁବନଶ୍ଵର, (ସୁଶାନ୍ତ ସାହୁ) : ଗତକାଲି ଫୁଲବାଣୀ-ବୌଦ୍ଧ ସୀମାରେ ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିବିନିମୟ ଯୋଗୁଁ ଦୁଇ ଜଣ ଯବାନ ଆହତ ହୋଇଥିଲେ । ଗୁରୁତର ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଥିଲା । କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଥିଲେ । ବର୍ତ୍ତମାନ ଆହତ ଯବାନ ଦ୍ୱୟ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପୋଲିସ ଡିଜି ହସ୍ପିଟାଲ ଗସ୍ତ କରିଥିଲେ । ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନଶ୍ଵର ଏମ୍ସ ହସ୍ପିଟାଲକୁ ଡିଜି ଯାଇଥିଲେ । ସେଠାରେ ଆହତ ଯବାନମାନଙ୍କ ସହ କଥା ବାର୍ତ୍ତା ହେବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ଡିଜି ଆଶା ପ୍ରକଟ କରିଥିଲେ ।

Leave A Reply

Your email address will not be published.