pakka

ତପ୍ତପାଣି ଘାଟିରେ ଓଲଟିଲା ବୋରୱେଲ ଟ୍ରକ୍ : ୧୨ ଜଣ ଆହତ

bbehera

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ବୋରୱେଲ ଟ୍ରକ୍ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେହିପରି ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସୂଚନା ଅନୁଯାୟୀ, ନଳକୂପ ଖନନ ଗାଡ଼ିଟି ଗଜପତିରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ତପ୍ତପାଣୀ ଘାଟି ନିକଟରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇଥିବା ବେଲେ ଘାଟିରେ ଓଲଟିପଡିଛି । ଯାହା ଫଳରେ ଉଭୟଙ୍କ ଦୁର୍ଘଟଣା ଘଟିଛି । ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

jay balangir
Leave A Reply

Your email address will not be published.

twelve − four =