oom

ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ

jsmm

ବାଲିପାଟଣା : ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଗାଁରେ ଗୋଷ୍ଠୀ ସଙ୍ଘର୍ଷ । ଏକ ଚୋରି ଘଟଣାରେ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ମାରପିଟ୍ କରିବା ଘଟଣାରେ ବୁଧବାର ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ବୋଧ ଖଣ୍ଡିଗ୍ରାମର ଜୟରାମ ସାହୁଙ୍କ ଘରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିଲା । ଏନେଇ ବାଲିପାଟଣା ଥାନାରେ ଜୟରାମ ଅଭିଯୋଗ କରିଥିଲେ । ଗ୍ରାମର କିଛି ଯୁବକ ଭାଲୁ ଭୋଇଙ୍କୁ ସନ୍ଦେହ କରି ତାଙ୍କୁ ଗଛରେ ବାନ୍ଧି ମାରପିଟ୍ କରିଥିଲେ। ଖବର ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରୁ ଭାଲୁକୁ ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜେଲ ପଠାଇଥିଲା । ବୁଧବାର ଦିନ ଭାଲୁଙ୍କ ପରିବାର ଏବଂ ସମର୍ଥକ ଜୟରାମଙ୍କ ଘର ନିକଟକୁ ଆସି ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇ ୫ଜଣ ଆହାତ ହୋଇଛନ୍ତି । ଉଭୟ ପକ୍ଷ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.